କାଶ୍ମୀରରେ ୩୭୦ ଧାରା ଉଚ୍ଚେଦ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ଆମେରିକା ସାଂସଦ
1 min read
ଆଓରି-ନୂଆଦିଲ୍ଲୀ(୧୧/୦୧) : ଆମେରିକାର ଜଣେ ପ୍ରଭାବଶାଳୀ ସାଂସଦ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ସେ କାଶ୍ମୀରରେ ୩୭୦ ଧାରା ଉଚ୍ଚେଦ ପ୍ରସଙ୍ଗରେ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ସେ ଏନେଇ କହିଛନ୍ତି ଏହି ପଦକ୍ଷେପ ଦୀର୍ଘ ସମୟ ପର୍ଯ୍ୟନ୍ତ ଘାଟୀରେ ଶାନ୍ତି ଓ ସ୍ଥିରତା ରଖିବ । ଆଉ ଏହି ପ୍ରକାର ପଦକ୍ଷେପ ପ୍ରଶଂସାର ଯୋଗ୍ୟ ବୋଲି ଆମେରିକା ସାଂସଦ କହିଛନ୍ତି ।
ଜର୍ଜ ହୋଲଡିଙ୍ଗ ଯିଏକି ନର୍ଥ କୈରୋଲିନ୍ର ସାଂସଦ ସେ କହିଛନ୍ତି, ଜମ୍ମୁ କାଶ୍ମୀରର ଲୋକମାନେ ଏବେ ମାଲିକ । ଦୀର୍ଘ ସମୟ ପର୍ଯ୍ୟନ୍ତ ହସ ଖୁସିରେ ରହିବା ପାଇଁ ଏହି ସ୍ଥାନରେ ଶାନ୍ତି ଓ ସ୍ଥିରତା ରହିବା ଦରକାର । ସେ ଏକଥା ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ସ୍ଥିତି ଆତଙ୍କୀ ସଙ୍ଗଠନ ଜାମ୍ମୁ କାଶ୍ମୀର ଲୋକଙ୍କ ନିତିଦିନିଆ ଜୀବନ ଉପରେ ବାଧା ଉପୁଯାଉଛି ବୋଲି ଜର୍ଜ ହୋଲଡିଙ୍ଗ ମତ ରଖିଛନ୍ତି ।