March 24, 2023

ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ ଖୁବ୍ ଶୀଘ୍ର ତିକ୍ତତା ଶେଷ ହେବାକୁ ଯାଉଛି ; ଡୋନାଲ୍ଡ ଟ୍ରମ୍ପ

1 min read

ଆଓରି-ନୂଆଦିଲ୍ଲୀ(୨୮/୦୨) : ଭାରତ-ପାକିସ୍ତାନ ମଧ୍ୟ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହାରି ଭିତରେ ଆମେରିକା ରାଷ୍ଟ୍ରପତିଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଭିଏତନାମର ହନାଇରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଭାରତ ପାକିସ୍ତାନରୁ ଭଲ ଖବର ଆସୁଛି । ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ ଖୁବ୍ ଶୀଘ୍ର ତିକ୍ତତା ଶେଷ ହେବାକୁ ଯାଉଛି । ଏବଂ ଏହି ମାମଲାରେ ଆମେରିକା ମଧ୍ୟସ୍ଥତା କରୁଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ ୧୪ ଫେବୃୟାରୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆମେରିକା ନିନ୍ଦା କରିଥିଲା । ଏବଂ ଆତଙ୍କବାଦୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲା । ଏପରିକି ଭାରତ ନିଜର ଯବାନଙ୍କୁ ହରାଇଛି ଏବଂ କିଛି ବଡ କରିପାରେ ଭାରତ । ଏହାପରେ ଭାରତ ପିଓକେରେ ପଶି ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.