ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅମ୍ବାତି ରାୟୁଡୁ
1 min read
ଆଓରି-ନୂଆଦିଲ୍ଲୀ(୦୭/୦୩) : ଭାରତୀୟ କ୍ରିକେଟର ତଥା ମଧ୍ୟକ୍ରମ ବ୍ୟାଟ୍ସମାନ ଅମ୍ବାତି ରାୟୁଡୁ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଭାରତୀୟ କ୍ରିକେଟ ନିୟନ୍ତ୍ରକ ବୋର୍ଡ (ବିସିସିଆଇ)କୁ ଚିଠି ଲେଖି ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ପ୍ରାରୂପ (ଫର୍ମାଟ)ରୁ ଅବସର ନେବାର ନିଜ ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି। ଚଳିତ କ୍ରିକେଟ ବିଶ୍ୱକପର ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିନଥିଲା। ୩୩ ବର୍ଷିୟ ଅମ୍ବାତି ରାୟୁଡୁଙ୍କ ସ୍ଥାନରେ ଯୁବ କ୍ରିକେଟର ବିଜୟ ଶଙ୍କରଙ୍କୁ ଚୟନ କରାଯାଇଥିଲା। ତବେ ଆଇପିଏଲ ଖେଳିବେ କି ନାହିଁ ତାହା ରାୟୁଡୁ ସ୍ପଷ୍ଟ କରିନାହାନ୍ତି।
୨୦୧୩ ଜୁଲାଇ ୨୪ରେ ଜିମ୍ବାୱେ ବିରୋଧରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ସେ ଡେବ୍ୟୁ କରିଥିଲେ। ଏହି ମ୍ୟାଚରେ ସେ ୬୩ ରନ କରିଥିଲେ। ରାୟୁଡୁ ନିଜ ଶେଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଚଳିତ ବର୍ଷ ମାର୍ଚ୍ଚ ୮ରେ ଅଷ୍ଟ୍ରେଲିଆ ବିରୋଧରେ ଖେଳିଥିଲେ। ନିଜ ଶେଷ ଦିନିକିଆ ମ୍ୟାଚରେ ରାୟୁଡୁ ୨ ରନ କରିଥିଲେ। ରାୟୁଡୁ ୫୫ଟି ଅନ୍ତର୍ଜାତୀୟ ଦିନିକିଆରେ ୪୭.୫ ହାରରେ ୧୬୯୪ ରନ କରିଛନ୍ତି। ଏହା ମଧ୍ୟରେ ୩ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି। ରାୟୁଡୁ ୬ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ୧୦.୫୦ ହାରରେ ୪୨ ରନ କରିଛନ୍ତି। ତାଙ୍କୁ ଟେଷ୍ଟ ମ୍ୟାଚ ଖେଳିବାର ସୁଯୋଗ ମିଳିନଥିଲା।