March 31, 2023

ଆସୁଛି ‘ବାୟୁ’

1 min read

ଆଓରି-ଭୁବନେଶ୍ଵର(୧୨/୦୬): 13ରେ ଗୁଜୁରାଟ୍ ଉପକୂଳ ଛୁଇଁବ ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼  ‘ବାୟୁ’  । ମହାରାଷ୍ଟ୍ରରୁ ଉତ୍ତର ଦିଗ ରେ ଘଣ୍ଟା ପ୍ରତି 18 କି.ମି ବେଗରେ ଗୁଜୁରାଟ ଆଡ଼କୁ ମାଡି ଆସୁଛି  ‘ବାୟୁ’ । ଏନେଇ ଭାରତୀୟ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଥିବା ବେଳେ ଆସନ୍ତା କାଲି ଗୁଜୁରାଟ ଉପକୂଳ ପୋରବନ୍ଦର ଓ କଚ୍ଛ ମଧ୍ୟରେ ‘ବାୟୁ’ ସ୍ଥଳ ଭାଗକୁ ଛୁଇଁବ ବୋଲି ପୁର୍ବାନୁମାନ କରିଛି । ଫଳରେ ଆଗାମୀ 12 ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ ଉଗ୍ର ରୂପ ନେବାର ଆଶଙ୍କା ରହିଛି । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଗୁଜୁରାଟର ଅଧିକାରୀ ମାନେ ଓଡ଼ିଶା ମଡେଲକୁ ଅନୁସରଣ କରୁଛନ୍ତି । ଗତ ମେ’ମାସ 3 ତାରିଖରେ ଆସିଥିବା ବାତ୍ୟା ‘ଫୋନି’ ସମୟରେ ଯେଭଳି ଭାବେ ଓଡ଼ିଶାରେ ମୁକାବିଲା କରାଯାଇଥିଲା, ସେହିଭଳି ପଦକ୍ଷେପ ନେଉଛି ଗୁଜୁରାଟ  ।

ସୂଚନା ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୈଠକ ଡାକି ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ସଂପର୍କରେ ଅବଗତ ହୋଇଛନ୍ତି । ପାଣିପାଗ ବିଭାଗ ଅନୁସାରେ ବାୟୁ ଉତ୍ତର ଦିଗରେ ଅଗ୍ରସର ହେଉଛି ଏବଂ ଏହା ଜୁନ 13ରେ ଉପକୂଳ ଓଡ଼ିଶା ଛୁଇଁବ । ବାୟୁ ପ୍ରଭାବରେ ଘଣ୍ଟା ପ୍ରତି 110 ରୁ 130 କିଲୋମିଟର ବେଗରେ ପବନ ବହିବ । ଉତ୍ତର ମହରାଷ୍ଟ୍ର ଉପକୂଳରେ ଘଣ୍ଟା ପ୍ରତି 70 କିଲୋମିଟର ବେଗରେ ପବନ ବହିବ । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସମଗ୍ର ରାଜ୍ୟରେ 3 ଦିବସୀୟ ବିଦ୍ୟାଳୟ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ବାତିଲ କରିଦେଇଛନ୍ତି । ସେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି 10ି ଜିଲ୍ଲାରେ ସ୍କୁଲ-କଲେଜ ବନ୍ଦ ରଖିବା ପାଇଁ ଆଦେଶ ଦେଇଛନ୍ତି । ସେହିପରି ରାଜ୍ୟ ସରକାର ଏନଡିଆରଏଫ ଯବାନଙ୍କୁ ମୁତୟନ କରିଛନ୍ତି । ମତ୍ସଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.