ଆଇଫା ପୁରସ୍କାରରେ ସମ୍ମାନିତ ହେଲେ ରଣବୀର ସିଂହ ଏବଂ ଆଲିଆ ଭଟ୍ଟ
1 min read
ଆଓରି-ନୂଆଦିଲ୍ଲୀ(୧୯/୦୯) : ବଲିଉଡ ଚଳଚ୍ଚିତ୍ର ପଦ୍ମାବତ ପାଇଁ ରଣବୀର ସିଂହଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଚଳଚ୍ଚିତ୍ର “ରାଜି” ପାଇଁ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚଳିତବର୍ଷ ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ (ଆଇଫା) ପୁରସ୍କାରରେ ସମ୍ମାନିତ କରାଯାଇଛି। ସେହିଭଳି ଆଲିଆ ଭଟ୍ଟଙ୍କ ଅଭିନୀତ ରାଜିକୁ ମଧ୍ୟ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଏହି ପୁରସ୍କାର ଲାଭ କରିଛି। ‘ଅନ୍ଧାଧୂନ’ ଚଳଚ୍ଚିତ୍ର ନିର୍ମାତା ଶ୍ରୀରାମ ରାଘବନଙ୍କୁ ଶ୍ରେଷ୍ଠ ନିର୍ଦେଶକ ଭାବେ ପୁରସ୍କୃତ କରାଯାଇଛି।