March 15, 2023

ସ୍ତ୍ରୀ ସହ ବଚସା ହେବାକୁ ହତ୍ୟା କରି ଛାତରୁ ତଳକୁ ଠେଲି ଦେଲେ ମଦ୍ୟପ ସ୍ୱାମୀ

1 min read

ଆଓରି-ମୁମ୍ବାଇ(୨୧/୦୮): ମୁମ୍ବାଇର ଜଣେ ମଦ୍ୟପ ସ୍ୱାମୀ ତାଙ୍କ ପତ୍ନୀଙ୍କ ସହ ସାମାନ୍ୟ ବଚସା ହେବାରୁ ସେ ତାଙ୍କୁ ହତ୍ୟା କରି ତାଙ୍କ ମୃତ ଶରୀରକୁ ଛାତ ଉପରୁ ତଳକୁ ଫିଙ୍ଗି ଦେଇଛନ୍ତି। ୩୬ ବର୍ଷିଅ ଏହି ବ୍ୟକ୍ତି ଜଣକ ଏପରି ଏକ ଅପରାଧ କରିବା ସମୟରେ ପ୍ରବଳ ମାତ୍ରାରେ ମଦ୍ୟପାନ କରିଥିଲେ ବୋଲି ସୂଚନାରୁ ଜାଣିବାକୁ ମିଳିଛି।

ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ଥିବା ନିଜ ବାସଭବନରେ ଅଭିଯୁକ୍ତ ସ୍ୱାମୀଙ୍କର ତାଙ୍କ ସ୍ତ୍ରୀଙ୍କ ସହ କଥା କଟାକଟି ହୋଇଥିଲା। କଥା ବଢ଼ି ଯିବାକୁ ଅଭିଯୁକ୍ତ ସ୍ୱାମୀ ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କ ଶରୀରକୁ ଟାଣି ଟାଣି ଛାତ ଉପରକୁ ନେଇ ତଳକୁ ଠେଲି ଦେଇଥିଲେ।

ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି। ଅଭିଯୁକ୍ତ ସ୍ୱାମୀଙ୍କୁ ଏଯାବତ୍‌ ଗିରଫ କରାଯାଇ ନାହିଁ। ଏହି ଘଟଣାର ତଦନ୍ତ କରି ତଦନ୍ତକାରୀ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ଅଭିଯୁକ୍ତ ଜଣକ ପୂର୍ବରୁ ଅନେକ ଥର ମଦ୍ୟପାନ କରି ନିଜ ପତ୍ନୀଙ୍କୁ ମାରଧର କରୁଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.