March 24, 2023

ଗୋଟିଏ ବର୍ଷରେ ୮ ହଜାର ୪୦୦ କୋଟି ଟଙ୍କାର କ୍ଷତି ସହିଲାଣି ଏୟାର ଇଣ୍ଡିଆ

1 min read
Air-India-Service-Aajira-Odisha

ଆଓରି-ନୂଆଦିଲ୍ଲୀ(୧୬/୦୯) : ୨୦୧୯-୧୯ରେ ଦେଶର ଅନ୍ୟତମ ପ୍ରମୁଖ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ୮ ହଜାର ୪୦୦ କୋଟି ଟଙ୍କାର କ୍ଷତି ସହିଛି। ଏୟାର ଇଣ୍ଡିଆ ପୂର୍ବରୁ ଦୀର୍ଘ ସମୟ ଧରି ଅର୍ଥସଙ୍କଟ ଏବଂ ଋଣ ବୋଝ ଦେଇ ଗତି କରୁଛି। ପରିଚାଳନା ଖର୍ଚ୍ଚ ବୃଦ୍ଧି ଏବଂ ଫରେନ୍‌ ଏକ୍ସଚେଞ୍ଜରେ କ୍ଷତି ଯୋଗୁ କମ୍ପାନୀ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି।

ତେବେ ଗୋଟିଏ ବର୍ଷରେ କମ୍ପାନୀର ଯେତିକି କ୍ଷତି ହୋଇଛି ସେଥିରେ ଏକ ନୂଆ ଏୟାରଲାଇନ୍ସ କମ୍ପାନୀ ଆରମ୍ଭ କରାଯାଇପାରିବ। କାରଣ ଦେଶରେ ସଫଳତାର ସହିତ ଚାଲୁଥିବା ସ୍ପାଇସ୍‌ଜେଟ ଏୟାରଲାଇନ୍ସର ବଜାର ପୁଞ୍ଜି ୭ ହଜାର ୮୯୨ କୋଟି ଟଙ୍କା। ଅର୍ଥାତ ୮୦୦୦ କୋଟି ଟଙ୍କାରୁ କମ୍‌ ପୁଞ୍ଜିରେ ସ୍ପାଇସ୍‌ଜେଟ୍‌କୁ କିଣାଯାଇପାରିବ।

୨୦୧୮-୧୯ରେ ଏୟାର ଇଣ୍ଡିଆର ମୋଟ ଆୟ ୨୬ ହଜାର ୪୦୦ କୋଟି ଟଙ୍କା ହୋଇଛି। କିନ୍ତୁ ପରିଚାଳନା ଖର୍ଚ୍ଚ ବୃଦ୍ଧି କାରଣରୁ ୪ ହଜାର ୬୦୦ କୋଟି ଟଙ୍କା ହାନି ହୋଇଛି। ତୈଳ ଦର ବୃଦ୍ଧି ଏବଂ ପାକିସ୍ତାନ ଭାରତୀୟ ବିମାନଗୁଡ଼ିକ ପାଇଁ ଆକାଶମାର୍ଗ ବନ୍ଦ କରିଦେବା ପରେ ପ୍ରତିଦିନ ୩ରୁ ୪ କୋଟି ଟଙ୍କା କ୍ଷତି ହେଉଥିବା କମ୍ପାନୀ ପକ୍ଷରୁ ଦର୍ଶାଯାଇଛି। ପାକିସ୍ତାନ ଆକାଶମାର୍ଗ ବନ୍ଦ କରିଦେବା ଫଳରେ ଜୁନରୁ ୩ମାସ ମଧ୍ୟରେ ୧୭୫ରୁ ୨୦୦ କୋଟି ଟଙ୍କା ପରିଚାଳନାଗତ କ୍ଷତି ହୋଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.