April 19, 2024

ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ

1 min read
PM-Modi-Aajira-Odisha

ଆଓରି-ଭୁବନେଶ୍ଵର(୧୯/୯) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି। ସଚିବାଳୟରେ ଅନୁଷ୍ଠିତ ବୈଠକରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଗସ୍ତ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ଆସନ୍ତା ୨୨ ତାରିଖ ପୂର୍ବାହ୍ନ ୯ଟାରେ ପ୍ରଧାନମନ୍ତ୍ରୀ ବିିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ସେଠାରୁ ହେଲିକପ୍ଟର ଯୋଗେ ତାଳଚେର ଅଭିମୁଖେ ଯାତ୍ରା କରିବେ। ସେଠାରେ ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟର ଶିଳାନ୍ୟାସ କରି ପୂର୍ବାହ୍ନ ୧୦ଟା ୩୦ରେ ବକ୍ସି ଜଗବନ୍ଧୁ ଷ୍ଟାଡିୟମ୍‌ରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ଏହାପରେ ସେ ହେଲିକପ୍ଟର ଯୋଗେ ଝାରସୁଗୁଡ଼ା ଅଭିମୁଖେ ଯାତ୍ରା କରିବେ। ଅପରାହ୍ନ ୧୨ଟା ୩୫ରେ ଝାରସୁଗୁଡ଼ାରେ ପହଞ୍ଚି ଝାରସୁଗୁଡ଼ା ବିମାନବନ୍ଦର, ଏନ୍‌ଟିପିସି ଖଣି, ଏମ୍‌ସିଏଲ୍‌ ଖଣି ଓ ରେଳଲାଇନ୍‌କୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିବେ। ସେଠାରୁ ଝାରସୁଗୁଡ଼ାର ଅମ୍‌ଲିପାଲିଠାରେ ଆୟୋଜିତ ହେବାକୁ ଥିବା ସାଧାରଣ ସଭାରେ ଉଦ୍‌ବୋଧନ ଦେବା ପରେ ଅପରାହ୍ନ ୨ଟା ୨୦ରେ ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ଝତିଶଗଡ଼ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.