March 26, 2023

ଅଭିନେତା ଗିରୀଶ କନ୍ନଡ଼ଙ୍କ ପରଲୋକ

1 min read

ଆଓରି-ନୂଆଦିଲ୍ଲୀ(୧୦/୦୬) : ପ୍ରଖ୍ୟାତ ଲେଖକ, ନିର୍ଦ୍ଦେଶକ ତଥା ଅଭିନେତା ଗିରୀଶ କନ୍ନଡ଼ଙ୍କ ସୋମବାର ପରଲୋକ ହୋଇଛି। ବେଙ୍ଗାଲୁରରେ ୮୧ ବୟସରେ ତାଙ୍କର ପରଲୋକ ହୋଇଛି। ଦୀର୍ଘଦିନ ଧରି ବର୍ଷୀୟାନ ଅଭିନେତା ଗିରୀଶ ଅସୁସ୍ଥ ଥିଲେ। ବହୁ ସମ୍ମାନଜନକ ଜ୍ଞାନପୀଠ ସମ୍ମାନରେ ସେ ସମ୍ମାନିତ ଥିଲେ। କନ୍ନଡ଼ ଓ ହିନ୍ଦୀ ପିଲ୍ମରେ ଜଣେ ସକ୍ରିୟ ଅଭିନେତା ଭାବେ ସେ ଖୁବ ସୁନାମ ଅର୍ଜନ କରିଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି।

 ସଲମାନ ଖାନ୍‌ଙ୍କ ଅଭିନୀତ ହିନ୍ଦି ଫିଲ୍ମ ‘ଏକ୍‌ ଥା ଟାଇଗର’ରେ ସେ ଏକ ମୁଖ୍ୟ ଭୁମିକାରେ ନଜର ଆସିଥିଲେ । ଗିରିଶଙ୍କ ପରଲୋକ ଖବର ପାଇଁ ବଲିଉଡ୍‌ ଜଗତର ଅନେକ କଳାକାର ତାଙ୍କ ବାସଭବନକୁ ଶେଷ ଦର୍ଶନ ପାଇଁ ଆସିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ପରଲୋକ ନେଇ ଅନେକ ଦୁଃଖ ପ୍ରକାଶ କରିଛନ୍ତି ଏବଂ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.