April 19, 2024

ଦିଲ୍ଳୀ ମୁଖ୍ୟମନ୍ତ୍ରୀ କେଜ୍‍ରିୱାଲ୍‍ଙ୍କ ଉପରକୁ ଲଙ୍କାଗୁଣ୍ଡ ମାଡ଼

1 min read
Arvind-Kejriwal-Aajira-Odisha

ଆଓରି-ନୂଆଦିଲ୍ଲୀ(୨୦/୧୧) : ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‍ରିୱାଲ୍‍ଙ୍କ ଉପରକୁ ଲଙ୍କାଗୁଣ୍ଡ ମାଡ଼ ହୋଇଛି। ଦିଲ୍ଳୀ ସଚିବାଳୟରେ ଏହି ଘଟଣା ଘଟିଥିବା ବେଳେ ଏହି କାଣ୍ଡ ଭିଆଇଥିବା ବ୍ୟକ୍ତିକୁ ତୁରନ୍ତ ଗିରଫ କରାଯାଇଛି। ଅଭିଯୁକ୍ତର ନାମ ଅନିଲ୍‍ କୁମାର ବୋଲି ପୁଲିସ କହିଛି। ତେବେ ଯୁବକ ଜଣକ କଣ ପାଇଁ ଏଭଳି କାଣ୍ଡ କରିବାକୁ ଉଦ୍ୟମ କରିଛି ତାହା ସ୍ପଷ୍ଟ ହୋଇନାହିଁ। ସୌଭାଗ୍ୟବଶତଃ ଏଥିରେ କେଜ୍‍ରିୱାଲ୍‍ଙ୍କ କୌଣସି କ୍ଷତି ହୋଇନାହିଁ।
ପୁଲିସ ସୂଚନା ଅନୁଯାୟୀ, କେଜ୍‍ରିୱାଲ୍‍ ମଧ୍ୟାହ୍ନ ଭୋଜନ ପାଇଁ ତାଙ୍କ ପ୍ରକୋଷ୍ଠରୁ ବାହାରୁଥିବା ବେଳେ ହଠାତ୍‍ ଏହି ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ ଦିଲ୍ଳୀ ପୁଲିସର ଦକ୍ଷତାକୁ ନେଇ ପ୍ରଶ୍ନ କରିଛି ଆମ୍‍ ଆଦ୍‍ମୀ ପାର୍ଟି। ଏହାପୂର୍ବରୁ ମଧ୍ୟ ଅରବିନ୍ଦ କେଜ୍‍ରିୱାଲ୍‍ଙ୍କୁ କାଳି ମାଡ଼ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.