ଭଗତ ସିଂହଙ୍କୁ ଆତଙ୍କବାଦୀ କହି ଜଣେ ଅଧ୍ୟାପକ ନିଲମ୍ବିତ
1 min read
ଆଓରି-ନୂଆଦିଲ୍ଲୀ(୩୦/୧୧) : ସହିଦ ଭଗତ ସିଂହଙ୍କୁ ଆତଙ୍କବାଦୀ ବୋଲି କହି ଜଣେ ଅଧ୍ୟାପକ ଏବେ ହରଡ଼ ଘଣାରେ । ଏମିତି ଏକ ଘଟଣା ଜମ୍ମୁ ବିଶ୍ୱବିଦ୍ୟାଳୟରେ ଘଟିଛି । ଆଧ୍ୟାପକ ତାଜୁଦ୍ଦିନ୍ ରାଜନୀତି ବିଜ୍ଞାନ ପଢାଉଥିବା ବେଳେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କୁ ଆତଙ୍କବାଦୀ ବୋଲି କହିଥିଲେ । ଏନେଇ ସେ ସିଧାସଳଖ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ କହିଥିଲେ । ସେ କହିଥିଲେ ‘ ଭଗତ ସିଂହଙ୍କୁ ଜଣେ ନାୟକ ଭାବେ ବର୍ଣ୍ଣନା କରାଯାଉଥିଲେ ମଧ୍ୟ ସେ ଜଣେ ଆତଙ୍କବାଦୀ ।’ ପରେ ଏହାକୁ ନେଇ ବିବାଦ ଜୋର ଧରିଥିଲା । ପରେ ବିଶ୍ୱବିଦ୍ୟାଳୟର କୂଳପତି ଘଟଣାର ଜାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଠି ଗଠନ କରିଥିଲେ । ତେବେ କମିଟିର ରିପୋର୍ଟ ଆଧାରରେ ଅଧ୍ୟାପକଙ୍କୁ ନିଲମ୍ବିତ କରାଯାଇଛି ।