April 18, 2024

୮ ବର୍ଷୀୟା ନାବାଳିକାକୁ ଉଠାଇନେଇ ଦୁଷ୍କର୍ମ କଲେ ଦୁଇ ନାବାଳକ

1 min read

ପୁଣି ଏକ ନାବାଳିକାର ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ରାଜ୍ୟ ହେଉକି ରାଜ୍ୟ ବାହାରେ ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସୁଛି । ପୁଣି ଏକ ୮ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରାଯାଇଛି । ତେବେ ମଧ୍ୟ ପ୍ରଦେଶରେ ଗତ କିଛି ଦିନ ହେବ ନାବାଳିକାଙ୍କ ସହ ଦୁଷ୍କର୍ମ ଘଟୁଥିବା ଘଟଣା ଶେଷ ହେବାର ନାଆଁ ନେଉ ନାହିଁ । ଯେମିତି ଲାଗୁଛି ଅପରାଧୀମାନଙ୍କ ମନରେ ପୋଲିସ ବା ସରକାରଙ୍କୁ ଡର ନାହିଁ । ମଧ୍ୟପ୍ରଦେଶର ସିଙ୍ଗରୌଲାଠାରେ ଦୁଇ ଜଣ ନାବାଳକ ଜଣେ ୮ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିବା ଜଣାଯାଇଛି।

ନାବାଳିକା ଜଣକ ମଙ୍ଗଳବାର ଗାଆଁର ଏକ ପୋଖରୀରେ ଗାଧୋଉଥିଲେ । ସେତେବେଳେ ୧୫ ବର୍ଷର ଏକ ନାବାଳକ ଏବଂ ୧୬ ବର୍ଷର ଆଉ ଏକ ନାବାଳକ ପୀଡ଼ିତାଙ୍କୁ ସେଠାରୁ ଉଠାଇ ନେଇ ଏକ ଶୂନଶାନ ଜାଗାକୁ ନେଇଯାଇଥିଲେ । ସେଠାରେ ଦୁହେଁ ପୀଡ଼ିତା ସହ ଦୁଷ୍କର୍ମ କରିଥିଲେ । ପୀଡ଼ିତା ଘରକୁ ଫେରିବା ବେଳେ ତାଙ୍କ ଶରୀର ରକ୍ତାକ୍ତ ହୋଇଥିଲା । କିନ୍ତୁ ସେ କିଛି କହିପାରୁନଥିଲା। ଏହାପରେ ପୀଡ଼ିତାକୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସେ ଡାକ୍ତରଙ୍କୁ ତା’ସହ ଘଟିଥିବା ଘଟଣା ବର୍ଣ୍ଣନା କରିଥିଲା। ଏହାପରେ ଥାନା ଅଧିକାରୀ ଦୁଇ ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରିଥିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.