April 20, 2024

ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ ; ଛଅ ଜଣ ଆତଙ୍କବାଦୀ ନିହତ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୨୫/୧୧) : ରବିବାର ସକାଳେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ ଯୋଗୁଁ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଶୋପିଆନ୍‌ ଜିଲ୍ଲାର କପ୍ରାନ୍‌ ବତଗୁନ୍ଦ୍‌ ଅଞ୍ଚଳରେ ହିଜବୁଲ୍‌ ମୁଜାହିଦୀନ ଲସ୍କର-ଏ-ତୋଏବା ସଙ୍ଗଠନର ଛଅ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଜଣେ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିବା କଥା ଅଧିକାରୀମାନେ କହିଛନ୍ତି।

ରାଷ୍ଟ୍ରୀୟ ରାଇଫଲ୍‌ସ୍‌, ଜମ୍ମୁ ଓ କଶ୍ମୀର ପୁଲିସର ସ୍ପେସାଲ ଅପରେସନ୍‌ ଗ୍ରୁପ୍‌ ଏବଂ ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ ଫୋର୍ସ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀ ଛପିଥିବା ସୂଚନା ପାଇବା ପରେ ମିଳିତ ଅଭିଯାନ ଆରମ୍ଭ କରି ଛଅ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ନିରାପତ୍ତା ବଳ ଆତଙ୍କବାଦୀମାନେ ଛପିଥିବା ସ୍ଥାନ ଚାରିପଟେ କର୍ଡନ୍‌ ଟାଇଟ୍‌ କରିବାରୁ ସେମାନେ ଗୁଳି ମାରି ଏନ୍‌କାଉଣ୍ଟର୍‌ର ସୂତ୍ରପାତ କରିଥିଲେ। ଛଅ ନିହତ ଆତଙ୍କବାଦୀଙ୍କ ଶବ ଉଦ୍ଧାର କରାଯିବା ପରେ ଅଭିଯାନ ଶେଷ ହୋଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.