୬ ମାସ ହେଲା ଗଛରେ ଝୁଲି ରହିଛି ମୃତଦେହ
1 min read
ଆଓରି-ଭୁବନେଶ୍ଵର(୦୮୦୬): ଗଛରେ ୬ ମାସ ହେଲା ଏକ ମୃତଦେହକୁ ରଖି ନ୍ୟାୟ ଅପେକ୍ଷାରେ ପରିବାର ଲୋକେ । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗୁଜୁରାଟର ଏକ ଆଦିବାସୀ ଗାଁ ତାଢ଼ିବେଡିରେ ।
ଏହି ଗାଁର ଭଟିୟାଭିୟା ଗାମର ନାମକ ଯୁବକଙ୍କର ୬ ମାସ ତଳେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ତେବେ ଗାମରଙ୍କୁ କେବେ ନ୍ୟାୟ ମିଳିବ ତାହାକୁ ପରିବାର ଲୋକ ଅପେକ୍ଷା କରିଛନ୍ତି । ୬ ମାସ ହେଲା ଗଛରେ ଗାମରଙ୍କ ମୃତଦେହ ଝୁଲାଇ ରଖିଛନ୍ତି ଗ୍ରାମବାସୀ ।
୨୨ ବର୍ଷୀୟ ଗାମରଙ୍କୁ ତାଙ୍କ ପ୍ରେମିକାର ପରିବାର ଲୋକେ ହତ୍ୟା କରିଥିବା ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଅନାଇ ବସିଛନ୍ତି ତାଢ଼ିବେଡି ଗ୍ରାମବାସୀ । କେବେ ମିଳିବ ନ୍ୟାୟ ଏବଂ କେବ ଦାହ ହେବ ମୃତଦେହ ତାହା ଆଶଙ୍କାରେ ।