April 16, 2024

୩୦% କର୍ମଚାରୀରେ ସରକାରୀ ଅଫିସ

1 min read

ଆଓରି-ଭୁବନେଶ୍ବର(୦୨/୦୬) : ରାଜ୍ୟ ସରକାର ଆଜି ସରକାରୀ ଅଫିସ୍ ଚାଲିବା ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଭିନ୍ନକ୍ଷମ କର୍ମଚାରୀ ଓ ମହିଳା କର୍ମଚାରୀମାନେ ଘରୁ ରହି କାମ କରିବେ। ସେମାନେ ଅଫିସ୍ ଆସିବା ଆବଶ୍ୟକ ନାହିଁ ବୋଲି କୁହାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ସରକାରଙ୍କ ସମସ୍ତ ବିଭାଗ ୩୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବ। ତେବେ ଉପସଚିବ ଓ ତଦୁର୍ଦ୍ଧ୍ୱ ପାହ୍ୟାର ଅଫିସରମାନେ ନିୟମିତ ଭାବେ ଅଫିସ୍ ଆସିବେ। ଅବଶ୍ୟ ଅଫିସରେ କାର୍ଯ୍ୟ ଚାପ ଓ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ବିଭାଗଗୁଡ଼ିକ ଅଫିସ ଚଳାଇବା ପାଇଁ କର୍ମଚାରୀଙ୍କ ସଂଖ୍ୟା ନିର୍ଦ୍ଧାରଣ କରିପାରିବେ ବୋଲି କୁହାଯାଇଛି। ଯେଉଁ ଅଫିସର ଓ କର୍ମଚାରୀଙ୍କୁ ରୋଷ୍ଟର ଡ୍ୟୁଟି ଦିଆଯାଇନି ସେମାନେ ଘରୁ ରହି କାମ କରିବେ। ସେମାନଙ୍କୁ ଭିପିଏନ୍ ମାଧ୍ୟମରେ ନିୟମିତ ଓ ବକେୟା କାର୍ଯ୍ୟ ଦେବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.