ଚୋରି ଅଭିଯୋଗରେ ୩ ନାବାଳକ ସୁଧାର ଗୃହ ଗଲେ
1 min read
ଆଓରି-ଭୁବନେଶ୍ଵର(୨୦/୦୮): ଡମଣା ହାଟ ଓ ଶୈଳଶ୍ରୀବିହାର ଜନଗହଳି ସ୍ଥାନରୁ ଲୋକଙ୍କ ହାତାରୁ ମୋବାଇଲ୍ ଫୋନ୍ ଝାମ୍ପି ନେଇ ଚମ୍ପଟ ମାରୁଥିବା ୩ଜଣ ନାବାଳକଙ୍କୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ କାବୁ କରି ବାଳ ସୁଧାର ଗୃହକୁ ପଠାଇଛି। ସେମାନଙ୍କ ଅଭିଭାବକଙ୍କୁ ପୁଲିସ୍ ଥାନାକୁ ଡାକି ତାଗିଦ୍ କରିବା ସହ ଏପରି ନକରିବା ପାଇଁ ପରାର୍ମଶ ଦେଇଛି।