ଗଭୀର ଖାଇକୁ ଖସିପଡିଲା ବସ୍ ; ୨୫ ଜଣଙ୍କ ମୃତ୍ୟୁ ୩୫ ଜଣ ଯାତ୍ରୀ ଆହତ
1 min read
ଆଓରି-ନୂଆଦିଲ୍ଲୀ(୨୦/୦୬) : ହିମାଚଳପ୍ରଦେଶ କୁଲୁର ବଂଜାର ଅଞ୍ଚଳରେ ଗୁରୁବାର ଅପରାହ୍ଣରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଏକ ଗଭୀର ଖାଇକୁ ଖସିପଡ଼ିବାରୁ ଅନ୍ୟୁନ୍ ୨୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ୩୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ସୂଚନା ଅନୁସାରେ ଦୁର୍ଘଟଣାବେଳେ ବସରେ ୫୦ ଜଣ ଯାତ୍ରୀ ଥିଲେ। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁସାରେ ବସଟି ବଂଜାରରୁ ଗଡ଼ଗୁଶାନି ଅଭିମୁଖେ ଯାଉଥିଲାବେଳେ ଭାରସାମ୍ୟ ହରାଇ ଖାଇକୁ ଖସିପଡିଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।