ଆଫଗାନିସ୍ତାନକୁ ୨୨୫ ରନ୍ର ବିଜୟ ଲକ୍ଷ୍ୟ ଦେଲା ଭାରତ
1 min read
ଆଓରି-ନୂଆଦିଲ୍ଲୀ(୨୨/୦୬) : ସାଉଥମ୍ପଟନ ମୈଦାନରେ ଭାରତୀୟ ଟିମ୍ର ପ୍ରଦର୍ଶନ ଖରାପ ରହିଛି । ଆଫଗାନିସ୍ତାନର ସ୍ପିନର୍ସ ଭାରତୀୟ ବ୍ୟାଟ୍ୱମ୍ୟାନଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି । ଟିମ୍ ଇଣ୍ଡିଆ କେବଳ ୨୨୪ ରନ୍ରେ ଅଟକି ଯାଇଥିବା ବେଳେ ୨୨୫ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି ଆଫଗାନିସ୍ତାନ ।
କ୍ୟାପ୍ଟେନ ବିରାଟ କୋହଲି ଲଗାତାର ତୃତୀୟ ଅର୍ଦ୍ଧଶତକ କରିଛନ୍ତି । ଆଜିର ମ୍ୟାଚରେ ୬୭ ରନ୍ରେ ବିରାଟ ଅଟକିଥିବା ବେଳେ କେଦାର ଯାଦବ ୫୨ ରନ୍ କରିଛନ୍ତି ।
କେଏଲ ରାହୁଲ ୩୦, ବିଜୟ ଶଙ୍କର ୨୯ ଧୋନି ୨୮ ରନ୍ କରିଛନ୍ତି । ଆଫଗାନିସ୍ତାନର ନବୀ ଏବଂ ନାଇବ ଦୁଇଟି ଲେଖାଏଁ ଓ୍ୱିକେଟ ନେଇଛନ୍ତି । ସୁଜୀବ, ଆଲମ ଏବଂ ରଶିଦ ଖାନ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଛନ୍ତି ।