March 27, 2023

ଭଦ୍ରକରେ ମହରମ ପର୍ବପାଳନ ପାଇଁ ମୁତୟନ ହେଲେ ୨୨ପ୍ଲାଟୁନ ପୋଲିସ

1 min read
Muhharam-In-Bhadrak

ଆଓରି-ଭୁବନେଶ୍ଵର(୧୦/୦୯) : ଆଜି ଭଦ୍ରକରେ ପାଳନ ହେବ ମହରମ ପର୍ବ । ଏଥିପାଇଁ ସାରା ଭଦ୍ରକ ସହର ଚଳଚଞ୍ଚଳ ହୋଇ ଉଠିଛି  ।  ବିଗତ  କିଛି ବର୍ଷ ତଳେ ଭଦ୍ରକରେ ନିରାଡ଼ମ୍ବର  ଭାବେ ମହରମ ପର୍ବ ପାଳନ  ହୋଇଆସୁଥିଲା ।  ପୂର୍ବରୁ ଲାଗିଥିବା କଟକଣା ପ୍ରତ୍ୟାହାର ହେବା ପରେ ଚଳିତ ବର୍ଷ ଧୁମଧାମରେ ମହରମ ପର୍ବ ପାଳନ ହେବ ।

ଆଜି ଅପରାହ୍ନରେ  ୪୦ରୁ ଉର୍ଦ୍ଧ୍ୱ ପ୍ରଜ୍ଞାପନ ମେଢ଼ ଶୋଭାଯାତ୍ରାରେ ସହର ପରିକ୍ରମା କରିବ ।  ଆଇନ ଶୃଙ୍ଖଳା ଦୃଷ୍ଟିରୁ ସହରରେ ୨୨ପ୍ଲାଟୁନ ପୋଲିସ ଫୋର୍ସ  ମୁତୟନ କରାଯିବା ସହ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ପୋଲିସ ମୁତୟନ କରାଯାଇଛି ।  ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ  ତତ୍ତ୍ୱାବଧାନରେ ୧୭୦ପୋଲିସ ଅଫିସର, ୨ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିୟୋଜିତ ରହିବେ । ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ସୁରକ୍ଷା ଦୃଷ୍ଟିରୁ ୨ଟି ଡ୍ରୋନ୍‌ କ୍ୟାମେରା ମଧ୍ୟ ଲଗାଯାଇଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.