April 20, 2024

2019 ଅଗଷ୍ଟରେ ରିଲିଜ ହେବ ପ୍ରଭାସଙ୍କ ଅଭିନୀତ ଚଳଚିତ୍ର ସାହୋ

1 min read

ଆଓରି-ନୂଆଦିଲ୍ଲୀ(୧୮/୧୨) : ଡାଇରେକ୍ଟର ଏସ.ଏସ. ରାଜମୌଲୀଙ୍କ ବିଗ୍ ବଜେଟ୍ ପିଲ୍ମ ସିରିଜ ‘ବାହୁବଲୀ’ରୁ ଦେଶରେ ସମସ୍ତଙ୍କ ଫେବରାଇଟ୍ ହିରୋ ପାଲଟିସାରିଥିବା ପ୍ରଭାସ ନିଜ ନୂଆ ଫିଲ୍ମ ‘ସାହୋ’ରେ ପୁଣି ଫ୍ୟାନ୍ସଙ୍କୁ ଦିୱାନା ବନାଇବା ପାଇଁ ପ୍ରସ୍ତୁତ ହୋଇଗଲେଣି । ପ୍ରଭାସ ‘ବାହୁବଲୀ ୨’ ରିଲିଜ କରିବା ପରେ ସାହୋରେ କାମ କରିବା ଆରମ୍ଭ କରିଦେଇଥିଲେ ଯାହାର ସୁଟିଂ ଏବେ ଶେଷ ହୋଇସାରିଲାଣି । ଫିଲ୍ମର ନିର୍ମାତା ଆଜି ‘ସାହୋ’ର ରିଲିଜ ତାରିଖ ଘୋଷଣା କରିସାରିଛନ୍ତି ।

ଟ୍ୱିଟରରେ ଫିଲ୍ମ ମେକର କହିଛନ୍ତି ଯେ ପ୍ରଭାସ ଷ୍ଟାରର ‘ସାହୋ’ ଆଗାମୀ ବର୍ଷ ସ୍ୱାଧୀନତା ଦିବସରେ ରିଲଜ ହେବ । କହିରଖୁଛୁ ଫିଲ୍ମରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ପ୍ରଭାସ ସହିତ ନଜର ଆସିବେ । ଶ୍ରଦ୍ଧା କପୁର ଫିଲ୍ମରେ ଜବରଦସ୍ତ ଆକ୍ସନ କରୁଥିବା ନଜର ଆସିବେ । ‘ସାହୋ’ ଶ୍ରଦ୍ଧାଙ୍କ ପ୍ରଥମ ଟଲିଉଡ ଫିଲ୍ମ । ‘ସାହୋ’ରେ ଶଦ୍ଧା କପୁରଙ୍କ ବ୍ୟତୀତ ଜ୍ୟାକି ଶ୍ରଫ, ମନ୍ଦିରା ବେଦୀ, ନିଲ ନିତିନ ମୁକେଶ, ଚଙ୍କି ପାଣ୍ଡେ ଓ ଏଲି ଅବରାମଙ୍କ ଭଳି ହିନ୍ଦୀ କଳାକାର ମଧ୍ୟ ନଜର ଆସିବେ । ତେଣୁ ଫିଲ୍ମକୁ ହିନ୍ଦୀ ଭାଷୀ କ୍ଷେତ୍ରରେ ଜବରଦସ୍ତ ଓପନିଂରେ ସାହାଯ୍ୟ ମିଳିବ ।

ଫିଲ୍ମର ନିର୍ମାତା ପ୍ରଭାସଙ୍କ ଜନ୍ମଦିନରେ ଏକ ପ୍ରମୋଶନାଲ ଭିଡିଓ ରିଲିଜ କରିଥିଲେ, ଯାହାକୁ ସମସ୍ତେ ପସନ୍ଦ କରିଥିଲେ । ଏହା ପରେ ସମସ୍ତେ ଟ୍ରେଲରକୁ ଅପେକ୍ଷା କରିଛନ୍ତି । ତେବେ ଯେହେତୁ ଫିଲ୍ମର ରିଲିଜ ତାରିଖ ଘୋଷଣା ହୋଇସାରିଛି ଲାଗୁଛି ଖୁବ୍ ଶୀଘ୍ର ଟ୍ରେଲର ମଧ୍ୟ ରିଲିଜ ହୋଇଯିବ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.