May 28, 2022

ଆତଙ୍କବାଦୀ-ଭାରତୀୟ ସେନା ମୁହାଁମୁହିଁ ; ୨ ଆତଙ୍କବାଦୀ ନିହତ

1 min read
Encounter-In-Pulwama-District-Aajira-Odisha

ଆଓରି-ନୂଆଦିଲ୍ଲୀ(୧୩/୦୨) : ଅଶାନ୍ତ ଉପତ୍ୟକା । ଜମ୍ମୁ କଶ୍ମୀରର ବଡ଼ଗାମ ଜିଲ୍ଲାରେ ବୁଧବାର ଭୋର ସକାଳୁ ଆତଙ୍କବାଦୀ-ଭାରତୀୟ ସେନା ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଯୁଦ୍ଧାସ୍ତ୍ର ଉଦ୍ଧାର କରାଯାଇଥିବା ବେଳେ ନିହତ ଆତଙ୍କବାଦୀଙ୍କ ପରିଚୟ ମିଳି ପାରି ନାହିଁ । ଗୋପାଳପୋରା ଅଂଚଳରେ ଏହି ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ମଙ୍ଗଳବାର ଦକ୍ଷିଣ ଜମ୍ମୁ କଶ୍ମୀରର ପୁଲବାମାସ୍ଥିତ ରତ୍ନୀପୁରାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଘଟଣାରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଥିଲେ । ପୂର୍ବରୁ ଜମ୍ମୁ କଶ୍ମୀରର ଉରିରେ ରବିବାର ରାତି ସେନା ଶିବିର ନିକଟରେ ସଦିଗ୍ଧ ଗତିବିଧି ଦେଖାଯାଇଥିଲା । ସତର୍କ ସୁରକ୍ଷାବଳ ତୁରନ୍ତ ପୁରା ଅଂଚଳକୁ ସର୍ଚ୍ଚ ଅପରେଶନ ଚଳାଇଥିଲେ । ମାମଲାରେ ୨ ଜଣ ଲୋକଙ୍କୁ ପଚରାଉଚରା କରାଯାଇଥିଲା ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.