ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ପୁନର୍ବାର ଗୁଳିବିନିୟ ; ୨ଆତଙ୍କବାଦୀ ମୃତ
1 min read
ଆଓରି-ନୂଆଦିଲ୍ଲୀ(୦୧/୦୨) : ପୁଣି ଅଶାନ୍ତ ଉପତ୍ୟକା । ଜମ୍ମୁ ଓ କଶ୍ମୀରର ପୁଲଓ୍ଵାମା ଜିଲ୍ଲାର ରାଜପୋରା ଅଞ୍ଚଳରେ ଆଜି ସକାଳେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ ହୋଇଛି । ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି ।
ଜାମ୍ମୁ ଓ କଶ୍ମୀରର ପୁଲଓ୍ଵାମା ଜିଲ୍ଲାର ରାଜପୋରା ଅଞ୍ଚଳରେ କେତେକ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷା କର୍ମୀଙ୍କୁ ସୂଚନା ମିଳିଥିଲା। ଏହାପରେ ସୁରକ୍ଷା କର୍ମୀ ଅଞ୍ଚଳକୁ କର୍ଡ଼ନ କରି ସର୍ଚ୍ଚ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାର ଜବାବରେ ସୁରକ୍ଷା କର୍ମୀ ପାଲଟା ଗୁଳି ଚଳାଇଥିଲେ। ଏହି ଏନକାଉଣ୍ଟର ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛିି। ମୃତ ଆତଙ୍କବାଦୀ ହେଲେ ଜୈସ ଇ ଅହମ୍ମଦ ସଙ୍ଗଠନର ଆତଙ୍କବାଦୀ ସହୀଦ ଅହମ୍ମଦ ବାବା ଓ ଅନିୟତ ଅହମ୍ମଦ ଜିଗର । ଏହାପରେ ସ୍ଥାନୀୟ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଛି ।