କୁହୁଡି ଯୋଗୁଁ ଦୁର୍ଘଟଣା ; ୨ ଗୁରୁତର ଆହତ
1 min readଆଓରି-ଭୁବନେଶ୍ଵର(୨୩/୦୧) : ଗତ ୩ ଦିନ ମଧ୍ୟରେ କୁହୁଡ଼ି ଜନିତ ଦୁର୍ଘଟଣା ଅନେକ ଘଟି ସାରିଥିବା ବେଳେ ଆଜି ମଧ୍ୟ ଦୁର୍ଘଟଣା ଘଟିଛି । ଆଜି ସକାଳୁ ଏକ ଦିଓ୍ୱେଦୀ ନାମକ ଏକ ଯାତ୍ରୀବାହୀ ବସ୍ କେନ୍ଦ୍ରାପଡାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ରସ୍ତା କଡ଼କୁ ଖସି ଦୁର୍ଘଟଣା ଗସ୍ତ ହୋଇଛି । ଏଥିରେ ଦୁଇ ଜଣ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଅତ୍ୟଧିକ କୁହୁଡ଼ି ରହିଥିବାରୁ ଚାଳକଙ୍କୁ ରାସ୍ତା ଦେଖାଯାଇନଥିଲା । ତେଣୁ ଗାଡ଼ି ଚଳାଇବାକୁ କଷ୍ଟକର ହୋଇପଡ଼ିଥିଲା । ଏହି ସମୟରେ ବସଟି ନିୟନ୍ତ୍ରଣ ହରାଇ ରାଜନଗର ଗୋପଳପୁର ଛକରେ ରାସ୍ତା କଡକୁ ଖସି ପଡିଥିଲା । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକ ଓ ପୋଲିସଙ୍କ ଦ୍ୱାରା ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଆଜି ମଧ୍ୟ ସାରା ରାଜ୍ୟ ଘନ କୁହାଡ଼ି ବଳୟରେ ଆଚ୍ଛାଦିତ ହୋଇ ରହିଛି । କୁହୁଡ଼ିର ମାତ୍ରା ଏତେ ଅଧିକ ରହିଛି ଯେ, ରାସ୍ତାରେ ୨୦୦ ମିଟର ଆଗକୁ ଦେଖିବା ଅସମ୍ଭବ ହୋଇପଡ଼ିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ସୂଚନା ମଧ୍ୟ ଦିଆଯାଇଥିଲା । ତେବେ ଏହି କୁହୁଡ଼ି କାରଣରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାତର ଭାବେ ଦୁର୍ଘଟଣା ଘଟିଚାଲିଛି ।