April 20, 2024

୩ମହଲା କୋଠା ଭୁଷୁଡ଼ି ୨ଶିଶୁ ମୃତ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୨୬/୯) : ଦିଲ୍ଲୀ ଅଶୋକ ବିହାର ଫେଜ୍‍ ୩ଅଞ୍ଚଳରେ ୩ମହଲା କୋଠା ଭୁଷୁଡ଼ି ପଡ଼ିବାରୁ ୨ଜଣ ଶିଶୁ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ଉଦ୍ଧାରକାରୀ ଦଳ ଭଙ୍ଗା କୋଠା ମଧ୍ୟରୁ ଅଦ୍ୟାବଧି ୨ମୃତ ଶିଶୁଙ୍କ ସମେତ ୧୦ଜଣଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ଗୁରୁତର ଥିବା ଜଣାପଡ଼ିଛି। କୋଠାଟି ଦୀର୍ଘ ବର୍ଷ ଧରି ମରାମତି ହୋଇ ନଥିବାରୁ ଭୁଷୁଡ଼ି ପଡ଼ିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ିଛି। କୋଠା ହଠାତ୍‍ ଭୁଷୁଡ଼ି ପଡ଼ିବାରୁ ଏଥିରେ ରହୁଥିବା ବ୍ୟକ୍ତିମାନେ ବାହାରକୁ ବାହାରିବାର ସମୟ ପାଇ ନଥିଲେ। ଲାଗି ରହିଥିବା ବର୍ଷା ହେତୁ ଦିଲ୍ଲୀର ଏକାଧିକ ସ୍ଥାନରେ ଏଭଳି କୋଠା ଭୁଷୁଡ଼ିବା ଘଟଣା ଲାଗି ରହିଛି। ଏଭଳି ଘଟଣାରେ ଅଦ୍ୟାବଧି ୧୦ରୁ ଊର୍ଦ୍ଧ୍ଵ ବ୍ୟକ୍ତି ପ୍ରାଣ ହରାଇଛନ୍ତି। କୋଠାଟି ଏକକାଳୀନ ଭାଙ୍ଗି ପଡ଼ିବାରୁ ଆଖପାଖର କେତେକ କୋଠା ମଧ୍ୟ ଏହାର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.