ଭାରତୀୟ ଯବାନଙ୍କ ଏନ୍ କାଉଣ୍ଟରରେ ନିହତ ହେଲେ ୨ବର୍ଡର ଆକ୍ସନ୍ ଟିମ୍ କମାଣ୍ଡୋ
1 min read
ଆଓରି-ନୂଆଦିଲ୍ଲୀ(୩୧/୧୨) : ଜମ୍ମୁ-କଶ୍ମୀରରେ ପାକିସ୍ତାନ ଦ୍ୱାରା ପ୍ରଶିକ୍ଷିତ ୨ ବର୍ଡର ଆକ୍ସନ୍ ଟିମ୍(ବାଟ୍) କମାଣ୍ଡୋ ଅନୁପ୍ରବେଶ କରୁଥିବାବେଳେ ଭାରତୀୟ ଯବାନଙ୍କ ଏନ୍ କାଉଣ୍ଟରରେ ନିହତ ହୋଇଛନ୍ତି। ସ୍ଥାନୀୟ ନୌଗାମ୍ ସେକ୍ଟରରେ ଭାରତୀୟ ସେନାଙ୍କୁ ମିଳିଛି ଏହି ସଫଳତା। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ପ୍ରବଳ ଥଣ୍ଡା ଯୋଗୁ ଏଠାରେ ବରଫପାତ ହେଉଛି। ଏହାର ସୁଯୋଗ ନେଇ ପାକିସ୍ତାନର ବାଟ୍ କମାଣ୍ଡୋ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଭାରତୀୟ ସେନା ମୁଖପାତ୍ର କହିଛନ୍ତି।