March 23, 2023

ଆଜି ଅପରାହ୍ନ ୩ଟାରେ ପ୍ରକାଶ ପାଇବ +୨ କଳା ଏବଂ ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ

1 min read

ଆଓରି-ଭୁବନେଶ୍ଵର(୨୧/୦୬) : ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ ୩ଟାରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦୁଇଟି ୱେବସାଇଟ www.odisharesults.nic.in ଓ www.chseodisha.nic.in ରେ ପରୀକ୍ଷା ଫଳ ଦେଖିପାରିବେ । ଛାତ୍ରଛାତ୍ରୀ ରୋଲ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ଦେଇ ପରୀକ୍ଷା ଫଳ ଜାଣିପାରିବେ ।

କଳାରେ ୨ଲକ୍ଷ ୩୫ହଜାର ୧୮ଜଣ ଛାତ୍ରଛାତ୍ରୀ, ବାଣିଜ୍ୟରେ ୨୭ ହଜାର ଓ ଧନ୍ଦାମୂଳକରେ ୬ ହଜାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ । ପୂର୍ବରୁ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇଥିଲା । ଚଳିତବର୍ଷ ବାତ୍ୟା ଫୋନି ପ୍ରଭାବରେ ଖାତା ଦେଖାରେ ବିଳମ୍ବ ହୋଇଥିବାରୁ ଫଳ ପ୍ରକାଶ ପାଇବାରେ ତିନି ସପ୍ତାହରୁ ଅଧିକ ବିଳମ୍ବ ହୋଇଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.