ଲକ୍ଷ୍ନୌ -ଦିଲ୍ଲୀ ହାଇଓ୍ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୧୫ ମୃତ, ୬ ଗୁରୁତର ଆହତ
1 min read
ଆଓରି-ନୂଆଦିଲ୍ଲୀ(୨୭/୦୮) : ଉତ୍ତର ପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ସଡ଼କ ଦୁର୍ଘଟଣାରେ ୧୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଶାହଜହାଂପୁର ଜିଲ୍ଲାର ରୋଜା ଥାନା ଅଞ୍ଚଳରେ ଲକ୍ଷ୍ନୌ -ଦିଲ୍ଲୀ ହାଇଓ୍ୱେରେ ଏକ ଟ୍ରକ ନିୟନ୍ତ୍ରଣ ହରାଇ ଅଟୋ ଏବଂ ମ୍ୟାଜିକ୍ କୁ ଧକ୍କା ଦେଇଥିଲା ।
ଘଟଣାସ୍ଥଳରେ ୧୫ଜଣ ମୃତ୍ୟୁ ଘଟିବା ସହ ୬ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଆନନ-ଫାନନ ହସ୍ପିଟାଲ୍ରେ ଭର୍ତ୍ତୀ କରାଯାଇଛି । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟଚ୍ଛେଦ ପାଇଁ ପଠାଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାର ଖବର ପାଇ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁରା ଖବର ଯାଞ୍ଚ୍ କରି ଆହତମାନଙ୍କ ଉପଚାର ଏବଂ ଅର୍ଥ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।