ମହାରାଷ୍ଟ୍ରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୧୫ ଜଣ ମୃତ , ୩୫ ଯାତ୍ରୀ ଆହତ
1 min read
ଆଓରି-ନୂଆଦିଲ୍ଲୀ(୧୯/୦୮) : ମହାରାଷ୍ଟ୍ରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମହାରାଷ୍ଟ୍ରର ଧୂଲେ ଜିଲ୍ଲାର ନିମଗୁଲ ଗାଁରେ ଏହି ଭୟାନକ ଦୁର୍ଘଟଣା ଘଟିଛି । ବସ୍ ଓ ଟ୍ରକ୍ ର ମୁହାଁମୁହିଁ ଧକ୍କା ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଘଟଣା ରବିବାର ରାତି ୧୦.୩୦ ସମୟରେ ଘଟିଥିଲା । ସୋମବାରରେ ପୋଲିସ୍ର ସୂଚନା ଅନୁସାରେ କଣ୍ଟେନର ଟ୍ରକ ବିପରୀତ ଦିଗରୁ ଆସୁଥିବା ରାଜ୍ୟ ପରିବହନର ବସ୍ ସହ ଜୋର୍ରେ ଧକ୍କା ଦେଇଥିଲା । ତେବେ ବସ୍ଟି ଔରଙ୍ଗାବାଦ୍ ଯାଉଥିଲା । ଦୁର୍ଘଟଣା ପରେ କିଛି ଯାତ୍ରୀ ବସ୍ର କ୍ୟାବିନ୍ରେ ଫସି ରହିଥିଲେ। ଏହାସହ ବସ୍ରେ ପାଖାପାଖି ୪୫ ଜଣ ଯାତ୍ରୀ ଥିଲେ।