ହେଲିକପ୍ଟର ଦୁର୍ଘଟଣାରେ ୧୨ ଜଣ ମୃତ
1 min readଆଓରି-ନୂଆଦିଲ୍ଲୀ ବ୍ୟୁରୋ(୩/୯) : ଆଫଗାନିସ୍ତାନ ବଲ୍ଖ୍ ପ୍ରଦେଶରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି ହେଲିକପ୍ଟରେ ସେନାର ଯୁଦ୍ଧ ସାମଗ୍ରୀ ସହ ୧୪ ଜଣ ଯାତ୍ରା କରୁଥିଲେ । ଏଥିରେ ଆଫଗାନିସ୍ତାନ ସେନାର ୧୧ ଜଣ ଜବାନଙ୍କ ସହ ମୋଟ୍ ୧୪ ଜଣ ଯାତ୍ରୀଥିଲେ । ମୋଲଡୋଭନ୍ କମ୍ପାନୀରେ ଏହି କମ୍ପାନୀରେ ୟୁକ୍ରେନର ଦୁଇଜଣ ପାଇଲଟ୍ ଥିଲେ । ଆଶ୍ଚର୍ଯ୍ୟ ଜନକ ଭାବେ ୟୁକ୍ରେନର ଆଉଜଣେ ଚାଳକ ଦଳର ସଦସ୍ୟ ବଞ୍ଚିଯାଇଛନ୍ତି । ଆଫଗାନିସ୍ତାନ ସେନା ଏହି ଦୁର୍ଘଟଣା ଓ ମୃତାହତଙ୍କ ସମ୍ପର୍କରେ ସୂଚନା ଦେଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଲିକାପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି ।