March 18, 2023

ଭୋପାଲରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଡଙ୍ଗା ବୁଡ଼ି ୧୧ ଜଣ ମୃତ

1 min read
11 dead in Boat capsized during Ganpati Visarjan at Bhopal

ଆଓରି-ନୂଆଦିଲ୍ଲୀ(୧୩/୦୯) : ମଧ୍ୟପ୍ରଦେଶରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଡଙ୍ଗା ବୁଡ଼ି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଭୋପାଳର ଖଟଲାପୁର ଘାଟରେ ଗୁରୁବାର ରାତି ୩ଟାରେ ଏଭଳି ଅଘଟଣ ଘଟିଛି। ନଦୀରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏସଡିଆରଏଫ ଟିମ୍‌ ୭ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅନ୍ୟ ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ୨ଟି ଡଙ୍ଗାକୁ ଯୋଡ଼ାଯାଇ ସେଥିରେ ଗଣେଶଙ୍କ ମୂର୍ତ୍ତି ବିସର୍ଜନ ପାଇଁ ନିଆଯାଇଥିଲା। ଡଙ୍ଗାରେ ୨୨ରୁ ୨୩ ଜଣ ଯୁବକ ଥିଲେ। ସମସ୍ତଙ୍କ ବୟସ ୨୭/୨୮ ବର୍ଷ ମଧ୍ୟରେ ହେବ। କୌଣସି ଯୁବକ ଲାଇଫ ଜ୍ୟାକେଟ ପିନ୍ଧି ନ ଥିଲେ। ନଦୀରେ ବିସର୍ଜନ ସମୟରେ ଯେତେବେଳେ ଗୋଟିଏ ଡଙ୍ଗା ଓଲଟି ପଡ଼ିଥିଲା ସେତେବେଳେ ସେଥିରେ ଥିବା ଯୁବକମାନେ ଅନ୍ୟ ଡଙ୍ଗାକୁ ଡେଇଁ ପଡ଼ିଥିଲେ। ଫଳରେ ଉକ୍ତ ଡଙ୍ଗା ବି ସନ୍ତୁଳନ ହରାଇ ଓଲଟି ପଡ଼ିଥିଲା। ଖବର ପାଇଁ ପୁଲିସ ଓ ପ୍ରଶାସନ ଏସଡିଆରଏଫ ଟିମ ସହିତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

ରାଜ୍ୟର ମନ୍ତ୍ରୀ ପି.ସି. ଶର୍ମା କହିଛନ୍ତି, ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣା। ଜିଲା ପ୍ରଶାସନ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛି। କିପରି ଏହି ଦୁର୍ଘଟଣା ଘଟିଥିଲା ତାହାର ତଦନ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.