ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ; ୧୧ ମୃତ ୭ ଆହତ
1 min readଆଓରି-ନୂଆଦିଲ୍ଲୀ ବ୍ୟୁରୋ(୮/୧୨) : ଜମ୍ମୁ-କଶ୍ମୀର ପୁଞ୍ଚ ଜିଲା ମଣ୍ଡି ତହସିଲର ପ୍ଲିରାଠାରେ ଶନିବାର ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୁଞ୍ଚରୁ ଲୋର୍ନା ଆସୁଥିବା ଏହି ବସ୍ଟି ଏକ ଖାଲକୁ ଖସି ପଡିବାରୁ ଦୁର୍ଘଟଣା ଘଟିଥିଲା। ବସ୍ରେ ଥିବା ୧୧ ଜଣ ଯାତ୍ରୀଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଜେକେ୦୨ଡବ୍ଲୁ୦୪୪୫ ନମ୍ବରଧାରୀ ଯାତ୍ରୀବାହୀ ବସ୍ଟି ଲୋରନରୁ ପୁଞ୍ଚ୍କୁ ଯାଉଥିବା ବେଳେ ରାସ୍ତାରୁ ବାହାରି ଯାଇ ପ୍ଲେରା ଠାରେ ଏକ ଗଭୀର ଖାଇକୁ ଖସି ପଡ଼ିଥିଲା। ପ୍ଲେରା ଠାରୁ ପୁଞ୍ଚ୍ର ଦୂରତା ପ୍ରାୟ ୩୦ କିଲୋମିଟର।