୧୦ ଲକ୍ଷ ଯୁବକଙ୍କୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦଳରେ ସଦସ୍ୟ ରୂପେ ସାମିଲ କରାଯିବ ; ବିଜେପି
1 min read
ଆଓରି-ଭୁବନେଶ୍ଵର(୧୯/୦୭) : ରାଜ୍ୟର ଅନ୍ୟୁନ ୧୦ ଲକ୍ଷ ଯୁବକଙ୍କୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦଳରେ ସଦସ୍ୟ ରୂପେ ସାମିଲ କରାଯିବ । ଏଥିପାଇଁ ଏକ ବିଧିବଦ୍ଧ ଅଭିଯାନ ଓ ଯୋଜନା ପ୍ରସ୍ତୁତ କରିଛି ଯୁବମୋର୍ଚ୍ଚା । ଏନେଇ ସୂଚନା ଦେଇଛନ୍ତି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଅତୁଲ କୁମାର ଏବଂ ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ।
ବିଜେପି ଯୁବମୋର୍ଚ୍ଚାର ଏହି ଦୁଇ ବରିଷ୍ଠ ନେତା କହିଛନ୍ତି ଯେ, ୨୬ ଜୁଲାଇ କାର୍ଗିଲ ବିଜୟ ଦିବସ ଏବଂ ୯ ଅଗଷ୍ଟ କ୍ରାନ୍ତି ଦିବସ ରହିଛି । ଏହି ଅବସରରେ ଯୁବମୋର୍ଚ୍ଚା ବୁଥ୍ସ୍ତରକୁ ଯାଇ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ । ରାଜ୍ୟର ଯୁବପିଢୀକୁ ସଦସ୍ୟ କରିବା ପାଇଁ ବଡ ଉଦ୍ୟମ କରାଯିବ ।
ଯୁବମୋର୍ଚ୍ଚା ନେତା କହିଛନ୍ତି ବିଜେପିକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ଯୁବମୋର୍ଚ୍ଚା ତରଫରୁ ରାଜ୍ୟର ସବୁ ଅଂଚଳ ସମାଜର ସବୁ ବର୍ଗର ଯୁବଗୋଷ୍ଠୀକୁ ଦଳରେ ସାମିଲ ପାଇଁ ଉଦ୍ୟମ କରାଯିବ । ବିଜେପିର ନେସନ୍ ଫାଷ୍ଟ୍ ଓ ଗରିବ କଲ୍ୟାଣ ଯୋଜନା ଯୁବପିଢୀଙ୍କୁ ବିଜେପି ଆଡ଼କୁ ବେଶ ଆକର୍ଷିତ କରୁିଛି ବୋଲି ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଅତୁଲ କୁମାର ଏବଂ ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି ।