ପୋଲିଓ ନେବାର ୧୦ ଘଣ୍ଟା ପରେ ଦେଢ ବର୍ଷର ଶିଶୁ ମୃତ
1 min readପୋଲିଓ ନେବାର ୧୦ ଘଣ୍ଟା ପରେ ଦେଢ ବର୍ଷର ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଗତକାଲି ବାଲେଶ୍ୱର ଜିଲ୍ଲା ଖଇରା ଥାନା ରଇନ୍ତରା ଗ୍ରାମର ରତ୍ନାକର ଷଣ୍ଢଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ନିଜର ଦେଢବର୍ଷର ପୁଅ ପ୍ରଭାତକୁ ପୋଲିଓ ଦେବାକୁ ରଇନ୍ତରା ପ୍ରାଥମିକ ବିଦ୍ୟାଳୟକୁ ଦିନ ୧୦ଟାରେ ନେଇଥିଲେ। ପ୍ରଭାତକୁ ଏଏନମ ଦୀପ୍ତିରାଣୀ ଦାସ, ଆଶାକର୍ମୀ ଜ୍ୟୋସ୍ନାମଣୀ ସ୍ଵାଇଁ ଓ ଅଙ୍ଗନବାଡି କର୍ମି ଅନୁପମା ରାଉତ ପୋଲିଓ ଟିକା ଦେଇଥିଲେ ।
ରାତି ୧୨ରେ ପ୍ରଭାତର ଦେହ ଗୁରୁତର ହୋଇପଡିଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକେ ତାକୁ ଖଇରା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ପ୍ରଭାତକୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ଜ୍ୟୋସ୍ନାରାଣୀ ଥାନାରେ ଅଭିଯୋଗ କରିଛନ୍ତି ଯେ, ତାର ପୁଅ ପୋଲିଓ ଟିକା ନେଇ ମୁତ୍ୟୁ ବରଣ କରିଛି ।