April 19, 2024

ପ୍ରକୃତ ନୁହେଁ ଲୋକ ଦେଖାଣିଆ କାମ କରୁଛନ୍ତି ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍

1 min read
V. Kartikyan Pandian-Aajira-Odisha

ଆଓରି-ଭୁବନେଶ୍ଵର(୦୭/୧୧) : ଚର୍ଚ୍ଚାରେ ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ । ତାଙ୍କର କାର୍ଯ୍ୟକୁ କିଏ କଉଛି ଆକ୍ସନ ମୋଡ୍‌ ତ ଆଉ କିଏ କହୁଛି ଆକ୍ଟିଭ ମୋଡ୍‌ । ୫ଟି ସଚିବଙ୍କ କାମକୁ ନେଇ ଶୁଣିବାକୁ ମିଳୁଛି ଭିନ୍ନକଥା । ହେଲେ ବାସ୍ତବ ଚିତ୍ର କ’ଣ ତାର ଖୁଲାସା ହୋଇଛି ବଲାଙ୍ଗିରରେ । ମେଡିକାଲରେ ଥିବା ଅବ୍ୟବସ୍ଥାକୁ ନେଇ ଜଣେ ବ୍ୟକ୍ତି ଖୋଦ୍ ୫ଟି ସଚିବଙ୍କ ନିକଟରେ ଗୁହାରି କରିବାକୁ ଯାଉଛନ୍ତି ଆଉ ସଚିବ ଶୁଣି ନଶୁଣିଲା ପରି ହେଉଛନ୍ତି । କିଛି କଥା କହିଦେଇ ଗାଡିର କାଚ ବନ୍ଦ କରିଦେଉଛନ୍ତି । ଏପରିକି ଗାଡି ଚଳାଇ ସେ ସ୍ଥାନ ଛାଡି ଯିବା ପାଇଁ ଡ୍ରାଇଭରଙ୍କୁ ନିର୍ଦ୍ଦେଶ ଦେଉଥିବା ଦୃଶ୍ୟରୁ ଜଣାପଡୁଛି ।

ଏଠି ପ୍ରଶ୍ନ ଉଠୁଛି ସ୍ଥିତି ଅନୁଧ୍ୟାନ ଓ ଲୋକଙ୍କ ସହ ଆଲୋଚନା ପାଇଁ ସରକାରୀ ଅର୍ଥରେ ଗୋଟିଏ ମେଡିକାଲରୁ ଅନ୍ୟ ମେଡିକାଲ ବୁଲୁଛନ୍ତି ଖୋଦ୍ ୫ଟି ସଚିବ । ହେଲେ ଜଣେ ବ୍ୟକ୍ତି ତାଙ୍କର ଗୁହାରି ଶୁଣାଉଥିବା ବେଳେ ଯେପରି ଢଙ୍ଗରେ ସଚିବ ଉତ୍ତର ଦେଲେ ଏହାକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନ । ଲୋକଟି ଅଭିଯୋଗ କରୁଥିବା ବେଳେ ଗାଡିରେ ବସି ରହି ଶୁଣିଥୁଲେ ଖୋଦ୍ ପାଣ୍ଡିଆନ୍ । ଏଠି ପ୍ରଶ୍ନ ଉଠୁଛି ସାଧାରଣ ଲୋକ ଜଣଙ୍କ ଯେଉଁ ଅଭିଯୋଗ କରୁଥିଲେ ତାହା ସମାଧାନ କରିବେ ତ ସଚିବ ? ନା କେବଳ ଲୋକଦେଖାଣିଆ ଭାବେ ମେଡିକାଲରୁ ମେଡିକାଲ ବୁଲିବେ ଆଉ ଏହାକୁ ତାଙ୍କର ଗୁମାସ୍ତା ମାନେ ପ୍ରଚାର ପ୍ରସାର କରିବେ ? ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.