April 18, 2024

ଦେଶ ସହିତ ଲାଗିବା ଲୋକକୁ ଆମେ ଶାନ୍ତିରେ ରହିବାକୁ ଦେବୁନାହିଁ: ରାଜନାଥ ସିଂହ

1 min read
Rajnath-Singh-Aajira-Odisha

ଆଓରି-ନୂଆଦିଲ୍ଲୀ(୨୭/୦୯) : ଭାରତୀୟ ଉପକୂଳବର୍ତ୍ତୀ  ଏବଂ ସମୁଦ୍ର କ୍ଷେତ୍ରମାନଙ୍କରେ  ପଡୋସି ଦେଶର ଆତଙ୍କବାଦୀ ଆକ୍ରମଣ  କରିବା କଥା ଏଡାଇ ଦିଆଯାଇପାରିବ ନାହଁ । ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କେରଳର କୋଲ୍ଲମରେ ମା’ ଅମୃତାନନ୍ଦମୟୀ ଦେବୀଙ୍କ ୬୬ତମ ଜନ୍ମଦିନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାକିସ୍ତାନର ମନ୍ଦ ଆଚରଣର ଖୁଲାସା କରିଛନ୍ତି  ରାଜନାଥ ।

ଭାରତ ବିରୋଧରେ ପାକିସ୍ତାନ କରୁଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପାକିସ୍ତାନ ନାଁ ନେଇ ରାଜନାଥ କହିଛନ୍ତି, ପଡ଼ୋଶୀ ଦେଶରେ ସିକ୍ରିୟ ଥିବା ଆତଙ୍କବାଦୀମାନେ ଜଳପଥରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ତେଣୁ ଏହି ବିପଦକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ପଡ଼ୋଶୀ ଦେଶ ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର କରୁଛି । ଆତଙ୍କବାଦୀଙ୍କୁ ବ୍ୟବହାର କରି ଭାରତରେ ହିଂସା ସୃଷ୍ଟି କରିବାକୁ ପଡ଼ୋଶୀ ଦେଶ ସର୍ବଦା ଚେଷ୍ଟା କରୁଛି । କିନ୍ତୁ ଭାରତ ସରକାର ଉଭୟ ଉପକୂଳ ଓ ସାମୁଦ୍ରିକ ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଆମେ ଉପକୂଳ ଓ ସାମୁଦ୍ରିକ ସୁରକ୍ଷା ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ।” ପୁଲୱାମା ଓ ଏୟାର ଷ୍ଟ୍ରାଇକ କଥା ଉଠାଇ ଶ୍ରୀ ସିଂହ କହିଛନ୍ତି, “ପୁଲୱାମା ଘଟଣା ପରେ କ’ଣ ହେଲା, ସେକଥା ସମସ୍ତେ ଜାଣିଛନ୍ତି । ଆମ ବାୟୁସେନାର ଯବାନମାନେ ପାକିସ୍ତାନର ବାଲାକୋଟ୍‌ରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ୍‌ କରିଥିଲେ। ଆମେ କାହା ବିରୋଧରେ କାର୍ଯ୍ୟ  କରୁନାହୁଁ କିନ୍ତୁ ଆମ ଦେଶ ସହ ଯିଏ ଲାଗିବ, ତା’କୁ ଆମେ ଶାନ୍ତିରେ ରହିବାକୁ ଦେବୁନାହିଁ  ବୋଲି ଖୁଲମଖୁଲା ଚେତାବନି ଦେଇଛନ୍ତି ରାଜନାଥ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.