ଆସନ୍ତା କାଲିଠାରୁ ଦୁଇଦିନିଆ ଓଡିଶା ଗ୍ରସ୍ତରେ ବିଜେପି ଅଧ୍ୟକ୍ଷ ଅମିତ ସାହା
1 min readଆଜିର ଓଡିଶା(ତା ୩|୪) – ଆସନ୍ତା କାଲି ବିଜେପି ଅଧ୍ୟକ୍ଷ ଶ୍ରୀ ଅମିତ ସାହା ଦୁଇଦିନିଆ ଓଡିଶା ଗ୍ରସ୍ତରେ ଯିବାର କାର୍ଯ୍ୟକ୍ରମ ଅଛି | ଶ୍ରୀ ସାହା କଳାହାଣ୍ଡିର ଲାଲ୍ବହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଏକ ଜନ ସମାବେଶ ରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଅଛି | ଶ୍ରୀ ସାହାଙ୍କ ଗ୍ରସ୍ତ ନେଇ ଏକ ସାମ୍ବାଦିକ ସମିଲ୍ଲନୀରେ ବିଜେପି ମୁଖପାତ୍ର ଭୃଗୁବକ୍ସି ପାତ୍ର କହିଛନ୍ତି ଯେ ,”କେନ୍ଦ୍ର ସରକାରଙ୍କ ବିକାଶ ଯୋଜନା କଳାହାଣ୍ଡି ବାସୀଙ୍କ ପାଖକୁ କିଭଳି ପହଞ୍ଚିବ ଏବଂ ବିଜେପିର ପ୍ରଚାର ପ୍ରସାର ସୁଦୃଢ ହେବ ଏଇନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ସାହା କଳାହାଣ୍ଡି ବାସୀଙ୍କୁ ବୁଝେଇବେ | ସେହିପରି ୫ତାରିଖ ଦିନ ସକାଳେ ଭବାନିପଟନାରୁ ରୋଡ ସୋ ରେ ଶ୍ରୀ ସାହା ବଲାଙ୍ଗିର ଗ୍ରସ୍ତ କରିବେ | ଅମିତ ସାହା ଙ୍କ ସାହା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ମଧ୍ୟ ଯୋଗୋ ଦେବାର କାର୍ଯ୍ୟକ୍ରମ ରହିଛି |