ସବୁ କ୍ଷେତ୍ରରେ ଆଗରେ ରହୁଥିବା ପଶ୍ଚିମବଙ୍ଗ ଏବେ କାହିଁକି ସବୁ କ୍ଷେତ୍ରରେ ପଛକୁ ଚାଲିଯାଇଛି ; ଅମିତ ଶାହ
1 min read
ଆଓରି-ନୂଆଦିଲ୍ଲୀ(୨୨/୦୧) : ବହୁ ବାଦ ବିବାଦ ପରେ ଭାଜପା ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ମାଲଦାରେ ଏକ ରାଲିରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ତ୍ରୁଣମୂଳ କଂଗ୍ରେସ ଏବେ ପଶ୍ଚିମବଙ୍ଗକୁ କାଙ୍ଗାଳ କରି ସାରିଛି। ସବୁ କ୍ଷେତ୍ରରେ ଆଗରେ ରହୁଥିବା ପଶ୍ଚିମବଙ୍ଗ ଏବେ କାହିଁକି ସବୁ କ୍ଷେତ୍ରରେ ପଛକୁ ଚାଲିଯାଇଛି ବୋଲି ଶାହ ପ୍ରଶ୍ନ କରିଥିଲେ। ସେ କହିଥିଲେ ଦିଦି ଭାଜପାକୁ ଡରୁଛନ୍ତି। ଯେଉଁଥିପାଇଁ ସେ ଆମକୁ ରଥଯାତ୍ରାର ଅନୁମତି ଦେଲେ ନାହିଁ, ହେଲିକପ୍ଟର ଅବତରଣ ପାଇଁ ଅନୁମତି ମଧ୍ୟ ଦେଲେ ନାହିଁ। ହେଲେ ଦିଦିଙ୍କର ଏହି ଚାଲ କାମ କରିବ ନାହିଁ ଆମେ ଯେମିତି ହେଉ ଜନତାଙ୍କ ପାଖରେ ପହଞ୍ଚିବୁ ଓ ପଶ୍ଚିମବଙ୍ଗରୁ ତୃଣମୂଳ ସରକାରଙ୍କୁ ହଟାଇବୁ।