ସକାଳୁ ଉଠି ଭୂମିରେ ପାଦ ଲଗାଇବା ପୂର୍ବରୁ କରନ୍ତୁ ଏହି କାମ
1 min read
ସାଧରଣତଃ କୁହାଯାଏ ସକାଳର ଆରମ୍ଭ ଯେପରି ହୁଏ ସେହି ଅନୁସାରେ ସାରା ଦିନ ବିତିଥାଏ। ତେଣୁ ସକାଳର ଆରମ୍ଭ ଭଲ ହେଲେ ଦିନ ଭଲରେ କଟେ ଓ ଆରମ୍ଭ ଖରାପ ହେଲେ ଦିନ ଖରାପ ହୋଇଯାଏ। ଶାସ୍ତ୍ର ଅନୁସାରେ, ସକାଳେ ଉଠି ଚଟାଣରେ ପାଦ ରଖିବା ପୂର୍ବରୁ ଏପରି କିଛି କାମ କରିବା ଉଚିତ୍, ଯାହା ଦ୍ଵାରା ଆପଣ ସର୍ବଦା ସୁସ୍ଥ ରହିବା ସହ ଦିନ ମଧ୍ୟ ଭଲରେ କଟିବ।
-ସକାଳୁ ଉଠି ଚଟାଣରେ ପାଦ ରଖିବା ପୂର୍ବରୁ ଧରିତ୍ରୀ ମାତାଠୁ ଆମକୁ କ୍ଷମା ମାଗିବା ଆବଶ୍ୟକ। କାରଣ ଭୂମିକୁ ଦେବୀ ମାଆ ମଧ୍ୟ କୁହାଯାଇଥାଏ। ସେଥିପାଇଁ ଆମେ ଯେତେବେଳେ ପୃଥିବୀ ମାତାଙ୍କ ଉପରେ ପାଦ ରଖିଥାଉ ସେତେବେଳେ ଆମ ଉପରେ ଅନେକ ଦୋଷ ଲାଗିଥାଏ। ଏହି ଦୋଷକୁ ଦୂର କରିବା ପାଇଁ ଭୂମିକୁ କ୍ଷମା ମାଗିବା ଜରୁରୀ।
-ସକାଳୁ ଉଠି ସଙ୍ଗେସଙ୍ଗେ ତଳେ ପାଦ ରଖିବା ଦ୍ଵାରା ସ୍ଵାସ୍ଥ୍ୟରେ ମଧ୍ୟ ପ୍ରଭାବ ପଡ଼ିଥାଏ। ଏଥିପାଇଁ ଉଠିଲେ ସିଧା ତଳେ ପାଦ ରଖିବା ଅନୁଚିତ୍ କାରଣ ଯେତେବେଳେ ଆମେ ଶୋଇଥାଉ ସେତେବେଳେ ଆମ ଗୋଡ଼କୁ ଚାଦର କିମ୍ବା କମ୍ବଳରେ ଘୋଡ଼ାଇଥାଉ। ଯାହା ଦ୍ଵାରା ଶରୀରର ଉଷ୍ମତା ଅଧିକ ଥାଏ ଓ ପାଦ ମଧ୍ୟ ଗରମ ହୋଇଯାଇଥାଏ। ଏପରି ପରିସ୍ଥିତିରେ ସକାଳେ ଗରମ ପାଦ ଏକଦମ୍ ଥଣ୍ଡା ଚଟାଣରେ ରଖିବା ଦ୍ଵାରା ଆମ ସ୍ଵାସ୍ଥ୍ୟ ପ୍ରତି କୁପ୍ରଭାବ ପଡ଼ିଥାଏ। ଆମର ଥଣ୍ଡା କାଶ ଭଳି ସମସ୍ୟା ଲାଗି ରହିଥାଏ। ଏଥିପାଇଁ ସକାଳେ ଉଠିବା ପରେ କିଛି ସମୟ ଶଯ୍ୟା ଉପରେ ବସନ୍ତୁ ଯାହା ଦ୍ଵାରା ଆପଣଙ୍କ ଶରୀରର ତାପମାତ୍ରା ସାମାନ୍ୟ ହେବ। ଏହାପରେ ଭୂମିରେ ପାଦ ରଖନ୍ତୁ।