March 29, 2023

ଶ୍ୱେତପତ୍ରରେ କାଳିଆର ସ୍ପଷ୍ଟିକରଣ ଦିଅନ୍ତୁ ରାଜ୍ୟ ସରକାର ; ସମୀର ମହାନ୍ତି

1 min read

ଆଓରି-ଭୁବନେଶ୍ଵର(୩୦/୧୦) : କାଳିଆ ଯୋଜନାରେ ଚାଷୀଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ଦିଆଯିବା ନେଇ ଘୋଷଣା ହେବା ପରେ ବିଜେପିର କଡ଼ା ସୋମାଲୋଚନା । ବିଜେପି ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଆଜି ପୁଣି ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ଉପସଭାପତି ସମୀର ମହାନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କାଳିଆ ଯୋଜନା ଏକ ପ୍ରକାର ଭେଳିକି । ଆଜି ସୁଦ୍ଧା କାଳିଆ ଯୋଜନାର କୌଣସି ସ୍ପଷ୍ଟିକରଣ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ କାଳିଆ ଯୋଜନାର ସଠିକ୍‌ ହିତାଧିକାରୀ ତାଲିକା ମଧ୍ୟ ପ୍ରକାଶ କରାଯାଇ ନାହିଁ ।

ରାଜ୍ୟ ସରକାର କାଳିଆ ଯୋଜନା ନେଇ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ବିଜେପି ଦାବି କରିଛି । କାଳିଆ ଯୋଜନା ପାଇଁ ମୋଟ୍‌ କେତେ ଚାଷୀ ଆବେଦନ କରିଥିଲେ ଏବଂ କେତେ ଚାଷୀଙ୍କୁ ହିତାଧିକାରୀ ବୋଲି ଚିହ୍ନଟ କରଯାଇଛି । ଏହା ସହ କେତେ ଚାଷୀଙ୍କୁ ଟଙ୍କା ଦିଆଯାଇଛି ବୋଲି ଉକ୍ତ ଶ୍ୱେତପତ୍ର ମାଧ୍ୟମରେ ରାଜ୍ୟବାସୀଙ୍କୁ ଓ ଚାଷୀଙ୍କୁ ଜଣାନ୍ତୁ ବୋଲି ବିଜେପି ଦାବି କରିଛି ।

କାରଣ ଅନେକ ସମୟରେ ମୋବାଇଲକୁ ମେସେଜ୍‌ ଯାଉଥିବା ବେଳେ ଟଙ୍କା କିନ୍ତୁ ବ୍ୟାଙ୍କ ଆକାଉଣ୍ଟକୁ ଯାଇନଥିବା ଦେଖାଯାଇଛି । ଖାଲି ସେତିକି ନୁହେଁ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ଯେ, ମୋଟ୍‌ କେତେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ କାଳିଆ ଟଙ୍କା ଡିପୋଜିଟ୍‌ ହୋଇଛି ଏବଂ ଆଉ କେତେ ଆକାଉଣ୍ଟକୁ ଟଙ୍କା ଦିଆଯିବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି ।

ସୂଚନା ଯୋଗ୍ୟ, ରାଜ୍ୟ ସରକାରଙ୍କର ବହୁଚର୍ଚ୍ଚିତ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଆସନ୍ତା ନଭେମ୍ବରରେ ଦିଆଯିବ ବୋଲି ଗତକାଲି ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଘୋଷଣା ହେବା ପରେ ବିଭିନ୍ନ ମହଲରୁ ସରକାରଙ୍କୁ ସମାଲୋଚନା ଆରମ୍ଭ ହୋଇଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.