ଶ୍ରମିକ ୟୁନିୟନର କର୍ମକର୍ତ୍ତାଙ୍କ ଦ୍ୱାରା ବ୍ରହ୍ମପୁର ଶ୍ରମ ବିଭାଗ କାର୍ଯ୍ୟାଳୟ ଘେରାଉ
1 min read
ଆଓରି-ଭୁବନେଶ୍ଵର(୨୧/୦୯) : ଶ୍ରମ ବିଭାଗର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଶ୍ରମ ବିଭାଗ କାର୍ଯ୍ୟାଳୟ ଘେରାଉ । ଗଞ୍ଜାମର ଶ୍ରମିକ ୟୁନିୟନର କର୍ମକର୍ତ୍ତାମାନେ ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଶ୍ରମିକ ମାରଣ ନୀତିକୁ ବିରୋଧ କରିଛନ୍ତି । ଏହି ବିକ୍ଷୋଭରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ସହ ଜିଲ୍ଲାରେ କାର୍ଯ୍ୟ କରୁଥିବା ସ୍ବାଧୀନ ୟୁନିୟନମାନେ ସାମିଲ ହୋଇଥିଲେ
କଲ୍ୟାଣ ବୋର୍ଡ ସେମାନଙ୍କ ଟଙ୍କା ହରିଲୁଟ କରୁଥିବା ସେମାନେ ଅଭିଯୋଗ ଆଣିଛନ୍ତି । ମନରେଗା ଶ୍ରମିକଙ୍କୁ ବ୍ଳକରେ କ୍ୟାମ୍ପ ମୋଡରେ ପଞ୍ଜିକରଣ କରାଯାଉଥିବା ବେଳେ ନିର୍ମାଣ ଶ୍ରମିକଙ୍କୁ ଉପେକ୍ଷା କରାଯାଉଥିବା ଶ୍ରମିକମାନେ ଅଭିଯୋଗ ଆଣିଛନ୍ତି ।