March 30, 2023

ରିଲିଫ୍‌ ସାମଗ୍ରୀରେ ଶଙ୍ଖ ଚିହ୍ନ ରହିବା ନେଇ ସିଇଓଙ୍କୁ ଅଭିଯୋଗ କଲା ବିଜେପି

1 min read

ଆଓରି-ଭୁବନେଶ୍ଵର(୧୪/୦୫) : ରାଜ୍ୟ ବିଜେପି ପକ୍ଷରୁ ୮ ଜଣିଆ ଟିମ୍‌ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ବିଜେଡି ବିରୋଧରେ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ, ବିଜେପି ଅଭିଯୋଗ କରିଛି ଯେ ପାଟକୁରାରେ ସରକାରୀ ରିଲିଫ୍‌ ବଣ୍ଟନ ବେଳେ ସେଥିରେ ବିଜେଡିର (ଶଙ୍ଖ) ଚିହ୍ନ ରହୁଛି । ଏହା ଦ୍ୱାରା ବିଜେଡି ଭୋଟରଙ୍କୁ ପ୍ରଭାବିତ କରୁଛି । ସରକାରୀ ରିଲିଫ୍‌ ସାମଗ୍ରୀରେ ଦଳୀୟ ଚିହ୍ନ ରହିବା ବେଆଇନ ବୋଲି ବିଜେପି ସିଇଓଙ୍କ ନିକଟରେ ଅଭିଯୋଗ କରିଛି ।

ଏହା ସହ ଆସନ୍ତା ୧୯ ତାରିଖରେ ହେବାକୁ ଥିବା ସାନି ମତଦାନ ବେଳେ ୩୪ଟି ବୁଥ୍‌ରେ ରିଗିଂ ଓ ଟାମ୍ପରିଂ ଆଶଙ୍କା ରହିଥିବା ବିଜେପି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାର ସୁରେନ୍ଦ୍ର କୁମାରଙ୍କୁ ଅବଗତ କରାଯାଇଛି । ଏହି ବୁଥ୍‌ଗୁଡ଼ିକରେ ସିସିଟିଭି ଲଗାଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ମଧ୍ୟ ସିଇଓ ନିକଟରେ ଦାବି କରିଛି ବିଜେପି । ବିଜେପି ନେତା ସମିର ମହାନ୍ତିଙ୍କ ନେତୃତ୍ୱରେ ଏହି ଟିମ୍‌ ସିଇଓଙ୍କୁ ଭେଟିଥିଲେ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.