ଯେ ପର୍ଯ୍ୟନ୍ତ ଇସଲାମାବାଦ ନିଜ ଦେଶରୁ ଆତଙ୍କବାଦ ମୁଳୋତ୍ପାଟନ ନ କରିଛି, ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ନିରର୍ଥକ ; ହୁସେନ ହକ୍କାନି
1 min read
ଆଓରି-ନୂଆଦିଲ୍ଲୀ(୧୨/୦୬) : ଆମେରିକାରେ ଅବସ୍ଥାପିତ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ହୁସେନ ହକ୍କାନି ଭାରତର ଆଭିମୁଖ୍ୟ ଗୋଟିଏ ସମୟରେ ଆତଙ୍କବାଦ ଏବଂ ଆଲୋଚନା ଚାଲିପାରିବ ନାହିଁକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ଇସଲାମାବାଦ ନିଜ ଦେଶରୁ ଆତଙ୍କବାଦ ମୁଳୋତ୍ପାଟନ ନ କରିଛି, ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ନିରର୍ଥକ।
ହକ୍କାନି ଏବେ ‘ହଡ଼ସନ ପ୍ରତିଷ୍ଠାନ’ରେ ‘ଦକ୍ଷିଣ ଏବଂ ମଧ୍ୟ ଏସିଆ’ର ନିର୍ଦ୍ଦେଶକ ଅଛନ୍ତି ଓ ସେ ପାକିସ୍ତାନୀ ଏବଂ ଜିହାଦି ବିଚାରଧାରାର ଜଣେ ନିର୍ବିବାଦୀୟ ଆଲୋଚକ ହିସାବରେ ବେଶ ଜଣାଶୁଣା। ସେ କହିଛନ୍ତି, ଉଭୟ ଭାରତ ଓ ପାକିସ୍ତାନର ନେତୃବୃନ୍ଦ ବିସ୍କେକ ସମ୍ମିଳନୀରେ ଯୋଗ ଦେଉଛନ୍ତି ଏବଂ ୧୯୫୦ରୁ ୨୦୧୫ ଡିସେମ୍ବର ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ପ୍ରାୟ ୪୫ଥର ଆଲୋଚନା ହୋଇଥିଲେ ମଧ୍ୟ ସ୍ଥାୟୀ ଶାନ୍ତି ସ୍ଥାପନ ହୋଇପାରି ନାହିଁ। କଥାବାର୍ତ୍ତାର ସୁଯୋଗ କେବେ ବି ସ୍ଥାୟୀ ଭାବରେ ବନ୍ଦ ହେବ ବୋଲି ଭାବିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ମଙ୍ଗଳବାର ଦିନ ହକ୍କାନି ସାମ୍ବାଦିକମାନଙ୍କୁ କହିଛନ୍ତି, ଭାରତ ସହ ଆଲୋଚନା ପାଇଁ ପାକିସ୍ତାନର ଆଗ୍ରହକୁ ସେହି ଦେଶ ଉପରେ ଆର୍ଥିକ ଏବଂ ଆନ୍ତର୍ଜାତିକ ପ୍ରଭାବ ଦୃଷ୍ଟିରୁ ବିବେଚନା କରାଯିବ ଆବଶ୍ୟକ। ଜୁନ ୧୩-୧୪ରେ କିର୍ଗିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ପୂର୍ବରୁ ହକ୍କାନି ଏଭଳି ମନ୍ତବ୍ୟ ଦେଇଛନ୍ତି।