December 7, 2023

ମୋଦି ସରକାରଙ୍କ ନିର୍ଦ୍ଦେଶ ; ଲାଞ୍ଚୁଆ-ନିକମା କର୍ମଚାରୀ ଚାକିରିରୁ ତଡ଼ା ଖାଇବେ

1 min read

ଆଓରି-ନୂଆଦିଲ୍ଲୀ(୨୨/୦୬): ଭ୍ରଷ୍ଟ ଏବଂ ନିକମା କର୍ମାଚାରୀଙ୍କୁ ମୋଦି ପ୍ରହାର । ବ୍ୟାଙ୍କ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ରେକର୍ଡ ସମୀକ୍ଷା କରାଯିବ । ସେମାନଙ୍କ ମଧ୍ୟରୁ ଲାଞ୍ଚୁଆ ଏବଂ ନିକମା କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯିବା ପାଇଁ ମୋଦି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ  କୌଣସି ପରିସ୍ଥିତିରେ ବି ସଚ୍ଚୋଟ କର୍ମଚାରୀ ବିରୋଧରେ ଯେମିତି କାର୍ଯ୍ୟାନୁଷ୍ଠାନ ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ।

ପ୍ରତିମାସ ସମସ୍ତ ସରକାରୀ କର୍ମଚାରୀଙ୍କ ରିପୋର୍ଟ ପ୍ରଦାନ କରାଯିବ । ପ୍ରତିମାସର ୧୫ ତାରିଖରେ ଏହି ରିପୋର୍ଟ ଦିଆଯିବ । ୧୫ ଜୁଲାଇ ୨୦୧୯ରୁ ରେକର୍ଡ ଦିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୂଳ ନିୟମ ୫୬ (ଜି), (ଆଇ) ଏବଂ କେନ୍ଦ୍ରୀୟ ସିବିଲ ସେବା ୧୯୭୨ ନିୟମର ୪୮ ଜରିଆରେ ବ୍ୟାଙ୍କ ଏବଂ ସବୁ ସରକାରୀ କର୍ମଚାରୀଙ୍କ ସେବା ରେକର୍ଡର ଯାଞ୍ଚ ହେବ ।

ରେକର୍ଡ ଯାଞ୍ଚ ପରେ ଯେଉଁ କର୍ମଚାରୀଙ୍କ କାର୍ଯ୍ୟ ସନ୍ଦେହଜନକ ଏବଂ ଯେଉଁମାନେ ନିକମା ସେମାନଙ୍କୁ ସେବା ନିବୃତ କରାଯିବାର ମଧ୍ୟ ନିୟମ ରହିଛି । ଫଳସୁରୂପ ନିକଟରେ କେନ୍ଦ୍ରସରକାର ସୀମା ଶୁଳ୍କ ଏବଂ କେନ୍ଦ୍ରୀୟ ଉତ୍ପାଦ ବିଭାଗର ୧୫ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ଚଳିତ ମାସର ପ୍ରଥମରୁ ଆୟକର ବିଭାଗର ୧୨ ଜଣ ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।

ରାଜ୍ୟସଭା ଏବଂ ଲୋକସଭାର ମିଳିତ ବୈଠକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଥିଲେ, ସାବଜର୍ନୀକ ଜୀବନ ଏବଂ ସରକାରୀ ସେବାରେ ଭ୍ରଷ୍ଟାଚାର ହଟାଇବା ପାଇଁ ଅଭିଯାନ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.