ମହା ଶିବରାତ୍ରୀ ଅବସରରେ ବାଲୁକା କଳା ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
1 min read
ଆଓରି-ଭୁବନେଶ୍ଵର(୨୧/୦୨) : ଆଜି ପବିତ୍ର ଜାଗର ବା ମହା ଶିବରାତ୍ରୀକୁ ନେଇ ସବୁଆଡେ ଉତ୍ସବର ମାହୋଲ । ଏହି ଅବସରରେ ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ସ୍ୟାଣ୍ଡ ଆର୍ଟ ସ୍କୁଲ ପକ୍ଷରୁ କରାଯାଇଛି ମହାଶିବରାତ୍ରୀକୁ ନେଇ ବାଲୁକାକଳା । ଶିବଙ୍କ ୧୧ଟି ପ୍ରତିମାକୁ ବାଲିରେ ସ୍ଥାପନ କରିବା ସହ କରିବା ସହ ଓମ ନମୋଃ ଶିବାୟ ଲେଖିଛନ୍ତି। ଏହା ସହ ସେ ବାଲୁକାକଳା ମାଧ୍ୟମରେ ସମସ୍ତଙ୍କୁ ମହାଶିବରାତ୍ରୀର ଶୁଭେଛା ଦେଇଛନ୍ତି ।