March 24, 2023

ଭାରତ-ରୁଷିଆ ଏଣିକି ସମୁଦ୍ର ଏବଂ ଆକାଶରେ ମିଳିତ ଭାବେ କାର୍ଯ୍ୟ କରିବେ ; ନରେନ୍ଦ୍ର ମୋଦି

1 min read

ଆଓରି-ନୂଆଦିଲ୍ଲୀ(୦୫/୦୯) : ଭାରତ-ରୁଷିଆ ଏଣିକି ସମୁଦ୍ର ଏବଂ ଆକାଶରେ ମିଳିତ ଭାବେ କାର୍ଯ୍ୟ କରିବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଷ୍ଟର୍ଣ୍ଣ ଇକୋନୋମିକ୍‌ ଫୋରମରେ ଘୋଷଣା କରିଛନ୍ତି। ଭାରତ-ରୁଷିଆ ମଧ୍ୟରେ ୫୦ ଦ୍ୱିପାକ୍ଷିକ ଚୁକ୍ତି ହୋଇଥିବା ମୋଦି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମୀର୍‌ ପୁଟିନ୍‌ ଲୋକ ସଭା ନିର୍ବାଚନ ପୂର୍ବରୁ ନିମନ୍ତ୍ରଣ କରିଥିବା ମୋଦି କହିଛନ୍ତି। ଏହି ଅବସରରେ ମୋଦି ରୁଷିଆର ପୂର୍ବାଞ୍ଚଳର ସମସ୍ତ ୧୧ ଗଭର୍ନରଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲିଓ ଟଲଷ୍ଟୟଙ୍କ ନୀତି ପରସ୍ପରକୁ କିଭଳି ପ୍ରଭାବିତ କରିଥିଲା ସେ ନେଇ ମୋଦି ସୂଚନା ଦେଇଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.