ବ୍ୟବସାୟୀଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସକୁ ଚେତାବନୀ ଦେଲା ଓଡ଼ିଶା ଶିଳ୍ପ ସଂଘ
1 min read
ଆଓରି-ଭୁବନେଶ୍ଵର(୧୬/୦୫) : ବ୍ୟବସାୟୀଙ୍କୁ ମାଡ଼ ମାରିଥିବାକୁ ନେଇ ପୋଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଓଡ଼ିଶା ଶିଳ୍ପ ସଂଘ । ସେ ଆହୁରି ଦାବି କରିଛନ୍ତି ଯେ, କଟକ ଡିସିପି ଓ ଏମ୍ଏସ୍ଏମ୍ଇ ସଚିବଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନଚେତ୍ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ସଂଘ ଚେତାବନୀ ଦେଇଛି ।
ତେବେ ବ୍ୟବସାୟୀଙ୍କୁ ପୋଲିସର ମାଡ଼ ଘଟଣା ପରେ ଗତକାଲି ଶିଳ୍ପ ସଂଘ ପକ୍ଷରୁ ଏକ କୋର୍ କମିଟି ବୈଠକ ଡକାଯାଇଥିଲା । ୨୪ ଘଣ୍ଟା ମଧ୍ୟରେ କଟକ ଡିସିପି ଓ ଏମ୍ଏସ୍ଏମ୍ଇ ସଚିବଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଏହି ବୈଠକରେ ଦାବି କରାଯାଇଛି । ସଂଘ ଆହୁରି ମଧ୍ୟ କହିଛି ଯେ, ଏହି ଘଟଣା ସମ୍ପର୍କରେ ରାଜ୍ୟ ସରକାର ଓ ପୋଲିସ କମିଶନରଙ୍କୁ ଅବଗତ କରାଯାଇଛି କିନ୍ତୁ ଯଦି ସଂଘର ଅଭିଯୋଗକୁ ଗୁରୁତ୍ୱର ସହ ନନିଅନ୍ତି ରାଜ୍ୟ ସରକାର, ତେବେ ଆଗାମୀ ଦିନରେ ପୁଣି ଏକ ବୈଠକର ଆୟୋଜନ ହେବ ଏବଂ ଏହା ପରେ ଯେଉଁ ନିଷ୍ପତ୍ତି ନିଆଯିବ ତାହା ପରିସ୍ଥିତି ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।