March 28, 2023

ବିପନ୍ନଙ୍କ ସହାୟତାରେ ଆସିଥିବା ୧୦୦ବସ୍ତା ଚୁଡାକୁ ପୋତିଦେଲେ

1 min read

ଆଓରି-ଭୁବନେଶ୍ଵର(୨୭/୦୬) : ବାତ୍ୟା ଫନୀରେ ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିପନ୍ନମାନଙ୍କୁ ସହାୟତାର ହାତ ବଢାଇଥିଲେ ବିଭିନ୍ନ ଅନୁଷ୍ଠାନ ଓ ସରକାରୀ ସଂସ୍ଥା। ରିଲିଫ ସାମଗ୍ରୀ ଭାବେ ଆସିଥିବା ଶହେ ବସ୍ତା ଚୁଡାକୁ ବିପନ୍ନମାନଙ୍କୁ ନ ବାଣ୍ଟି ବ୍ଲକ ପ୍ରଶାସନ ତାହାକୁ ଖତ କଲା। ପରେ କିଛି ଉପାୟ ନ ପାଇ ଖତ ହୋଇଥିବା ଚୁଡାକୁ ବୁଧବାର ସାତପଡାସ୍ଥିତ ଓଟିଡିସି ପଛପଟ ଚିଲିକା କୂଳରେ ପୋତି ଦିଆଯାଇଛି।

ସ୍ଥାନୀୟ ଲୋକଙ୍କର କହିବା ଅନୁଯାୟୀ, ପ୍ରାୟ ଶହେ ବସ୍ତା ଚୁଡା ପୋତାଯାଇଛି। ଏଣୁ ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ। କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ ମାଝି କହିଛନ୍ତି ଯେ, ବାତ୍ୟା ଆସିବା ପୂର୍ବରୁ ଉକ୍ତ ଚୁଡା ମହଜୁଦ୍‌ ରଖାଯାଇଥିଲା। ଫନୀ ସମୟରେ ବର୍ଷାରେ ଚୁଡା ସବୁ ଓଦା ହୋଇ ଖରାପ ହୋଇଯାଇଥିଲା। ତେଣୁ ତାକୁ ବାଧ୍ୟ ହୋଇ ଏବେ ପୋତିବାକୁ ପଡ଼ିଲା।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.