March 18, 2023

ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ  ଅବସରରେ ନବରଙ୍ଗପୁର ଜିଲା ବିଜେପି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

1 min read

ଆଓରି-ଭୁବନେଶ୍ଵର(୧୭/୦୯) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ  ଅବସରରେ ମଙ୍ଗଳବାର ନବରଙ୍ଗପୁର ଜିଲା ବିଜେପି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପିର ପୂର୍ବତନ ସାଂସଦ ବଳଭଦ୍ର ମାଝୀ ରକ୍ତଦାନ କରିଥିଲେ । ସୂଚନା ଯୋଗ୍ୟ,  ମୋଦୀଙ୍କ ଜନ୍ମଦିନ  ଅବସରରେ ବିଜେପି ପକ୍ଷରୁ ଚଳିତ ସପ୍ତାହକୁ ‘ସେବା ସପ୍ତାହ’ ଭାବେ ପାଳନ କରାଯାଉଛି ।

ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ପାଳିତ ହେଉଥିବା ସେବା ସପ୍ତାହ କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ଏଥିରେ ବିଜେପିର ଜିଲ୍ଲା ଓ ମଣ୍ଡଳସ୍ଥରୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଭାଗ ନେଇଥିଲେ।

୧. ସ୍ଵଛତା ହିଁ ସେବା
୨. ଜଳ ସଂରକ୍ଷଣ ଓ ବୃକ୍ଷ ରୋପଣ
୩. ‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ’ ପଦାର୍ଥ ବର୍ଜନ ଆଦି ବିଷୟରେ ଜନ ସଚେତନତା ଜାଗ୍ରତ କରିବା ଏବଂ ଏଥିପାଇଁ ସଂକଳ୍ପବଦ୍ଧ ହେବା ସହିତ ରୋଗୀମାନଙ୍କୁ ଫଳ ଆହାର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.