ଦେଶରେ ତଳମୁହାଁ କରୋନା ଗ୍ରାଫ୍
1 min read
ଆଓରି-ନୂଆଦିଲ୍ଲୀ(୨୯/୦୫) :ଦେଶରେ ୨ ଲକ୍ଷ ତଳକୁ ରହିଛି ଦୈନିକ ସଂକ୍ରମଣ। ଆଉ ୧ ଲକ୍ଷ ୭୩ ହଜାର ୭୯୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୭୭,୨୯,୨୪୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୩ ହଜାର ୬୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୨୨,୫୧୨। ଦିନକରେ ୨ ଲକ୍ଷ ୮୪ ହଜାର୬୦୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୫୧,୭୮,୦୧୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।