ଜୁଲାଇ ୧ରେ ଆସିବେ ଅମିତ ଶାହ
1 min read
ଆଓରି-ଭୁବନେଶ୍ୱର(୧୯/୬) : କେନ୍ଦ୍ରର ସବୁପ୍ରକାର ସହାୟତା ପରେ ମଧ୍ୟ ଓଡିଶା କୌଣସି ପଦକ୍ଷେପରେ ଉନ୍ନତିର ଚରମରେ ପହଞ୍ଚି ପାରୁନାହିଁ | ସବୁ ରାଜ୍ୟ ଭଳି ଓଡିଶା କୁ ମଧ୍ୟ ଉନ୍ନତି ପଥରେ ଆଗକୁ ନେଇଯିବା ପାଇଁ ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କ ଅଭିନବ ଯୋଜନା ଗୁଡିକୁ ଓଡିଶାର ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଆସନ୍ତା ଜୁଲାଇ ୧ ତାରିଖରେ ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି ।
ତାଙ୍କ ଏହି ଗ୍ରସ୍ତର ସଂପୂର୍ଣ୍ଣ କାର୍ଯ୍ୟକ୍ରମ ଦଳ ପକ୍ଷରୁ ସୂଚନା ଦିଆଯାଇ ନାହିଁ। ତେବେ ଦିନତମାମ ଦଳୀୟ କାର୍ଯ୍ୟାଳୟରେ ଶ୍ରୀ ଶାହ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିବେ । ନିର୍ବାଚନ ଆଉ କମ୍ ଦିନ ଥିବାରୁ ବିଜେପିର ମିସନ୍ ୧୨୦ କିପରି ସଫଳ ହେବ, ସେ ନେଇ ଦଳର ସୁପ୍ରିମୋ କର୍ମକର୍ତ୍ତାମାନଙ୍କୁ ଦାୟିତ୍ୱ ବାଣ୍ଟିବେ ବୋଲି କୁହାଯାଉଛି।
ଗତ ଏପ୍ରିଲ୍ ମାସ ପ୍ରଥମ ସପ୍ତାହରେ ଶ୍ରୀ ଶାହ ଓଡ଼ିଶା ଆସିଥିଲେ। ବଲାଙ୍ଗୀର ଓ କଳାହାଣ୍ଡିରେ ଦୁଇଟି ସାଧାରଣ ସଭାରେ ଉଦ୍ବୋଧନ ଦେଇଥିଲେ ଏବଂ ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କଟକ ଆସି କେନ୍ଦ୍ର ଏନ୍ଡିଏ ସରକାରର ଚାରି ବର୍ଷ ପୂର୍ତ୍ତି ଅବସରରେ ସଭାରେ ସଫଳତା ବଖାଣିଥିଲେ। ଏବେ ପୁଣି ୧ ତାରିଖରେ ଶ୍ରୀ ଶାହ ଓଡ଼ିଶା ଆସି କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେବେ। ଶ୍ରୀ ଶାହଙ୍କ ଗସ୍ତର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ଆସି ବିମାନବନ୍ଦର ଲୋକାର୍ପଣ କରିବେ। ବିଜେପିର ଏହି ଦୁଇ ହେଭିେଓ୍ଵଟ୍ଙ୍କ ନିୟମିତ ବ୍ୟବଧାନରେ ଓଡ଼ିଶା ଗସ୍ତ ରାଜ୍ୟର ରାଜନୈତିକ ପରିବେଶକୁ ସରଗରମ କରିଦେଇଛି। ବିଜେପି ଶିବିରରେ ଏ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି।